ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ,(୨୯/୦୮): ମହାମାରୀ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଓଡ଼ଗାଁ ବ୍ଲକ କୁରାଳ ଓ ତୋଟାସାହି ଗାଁ କଲ୍ୟାଣ ସମିତି ତରଫରୁ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ପୀଠରୁ ଏହି କାର୍ଯ୍ୟକୁ କୁରାଳ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥିବାବେ ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ଯୋଗଦେଇଥିଲେ। ଅଙ୍ଗନବାଡି କର୍ମୀ ବୈଜୟନ୍ତି ମଙ୍ଗରାଜ, ଦିବ୍ୟା ଭାରତୀଙ୍କ ସମେତ ପଞ୍ଚାୟତର ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ମଧ୍ୟ ଯୋଗଦେଇଥିଲେ। ଏହି ଜନସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ମୂଳକ ପ୍ଲାକାର୍ଡ଼, ସ୍ଲୋଗାନ ଏବଂ ଲିଫଲେଟ୍ ମାଧ୍ୟମରେ ସଚେତନ କରାଇଥିଲେ। ତା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା। ଗ୍ରାମ ମଝିରେ ମଝିରେ ଆଶାକର୍ମୀଙ୍କ ଦ୍ୱାରା ହାତଧୋଇବାର ବିଭିନ୍ନ କୌଶଳ ବତାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟକର୍ମୀ ସନ୍ଧ୍ୟାରାଣୀ ସାମଲ ପରିଚାଳନା କରିଥିଲେ।

Related posts