ନୟାଗଡ଼,(୨୮/୦୮):- ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ସମବାୟ ସମିତି ସମ୍ପାଦକ ଓ ଶାଖା ପରିଚାଳକଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିସି ମାଧ୍ୟମରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅଧିନରେ ଥିବା ସମସ୍ତ ସମବାୟ ସମିତି ସମ୍ପାଦକ ଓ ଶାଖା ପରିଚାଳକ ଯୋଗ ଦେଇଥିଲେ । ଜିଲ୍ଲାରେ ଋଣ ପ୍ରଦାନ ଧାର୍ଯ୍ୟ ଲକ୍ଷ ମୁତାବକ ହୋଇନଥିବା ନେଇ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଭିସି ମାଧ୍ୟମରେ ସମବାୟ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଛୁଟି ଦିନରେ କାର୍ଯ୍ୟ କରି ଟାର୍ଗେଟ ପୁରଣ କରିବାକୁ ପରାମର୍ଶ ଦେଇଛନ୍ତି । ଖରିଫ ଋତୁରେ ଯେତିକି ପରିମାଣ ଟାର୍ଗେଟ ରହିଛି ତାହା ପୁରଣ ହୋଇନଥିବା ଆଲୋଚନାରୁ ଜଣାପଡ଼ିଥିଲା। ଅଗଷ୍ଟ ୩୧ ତାରିଖ ମଧ୍ୟରେ ଟାର୍ଗେଟ ପୁରଣ କରିବା ପାଇଁ ଜିଲ୍ଲାପାଳ ସମୟ ଧାର୍ଯ୍ୟ କରିଛନ୍ତି । ଉକ୍ତ କାର୍ଯ୍ୟ ତଦାରଖ କରିବାକୁ ସମିତି ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥି ସହିତ ଚାଷୀ ପଞ୍ଜିକରଣର ମୂଳ ଫର୍ମ ଗୁଡିକ ତୁରନ୍ତ ସମ୍ପୃକ୍ତ ତହସିଲରେ ଦାଖଲ କରି ଧାନ ଚାଷ ଓ ଚାଷୀଙ୍କ ତଥ୍ୟ ଯାଞ୍ଚ ଧାର୍ଯ୍ୟ ତାରିଖରେ ସାରିବାକୁ ନିର୍ଦେଶ ଦିଆଯାଇଛି। ଉକ୍ତ ସମୀକ୍ଷା ବୈଠକରେ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଓ ସହକାରୀ ନିବନ୍ଧକ ମଧ୍ଯ ଉପସ୍ଥିତ ରହି ତଥ୍ୟ ପ୍ରଦାନ କରିଥିଲେ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କ ପରଲୋକ
February 2, 2025 Jajati Comments Off on ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କ ପରଲୋକରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ମଧୁସୁଦନ ମହାପାତ୍ର (ମଧୁ ଅଜା)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୧୯୭୮ମସିହା ଫେବୃଆରୀ...