ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ଆଜି ଏକ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତାଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିଭଳି ଭାବେ ଖଣ୍ଡପଡ଼ା ଥାନା ଏସ୍ଆଇ ଶ୍ରଦ୍ଧା ନାୟକଙ୍କୁ ଫତେଗଡ଼ ଥାନାକୁ, ଫତେଗଡ଼ ଥାନା ଏସ୍ଆଇ ରାଇବାରି ତିରିଆଙ୍କୁ ଇଟାମାଟି ଥାନାକୁ, ଇଟାମାଟି ଥାନା ଏଏସ୍ଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ମଧ୍ୟଖଣ୍ଡ ଫାଣ୍ଡି, ଦଶପଲ୍ଲା ଥାନା ଏଏସ୍ଆଇ ସାଇନୁଲ୍ ଖାନ୍ଙ୍କୁ ଜଗନ୍ନାଥପ୍ରସାଦ ଫାଣ୍ଡିକୁ, ଦଶପଲ୍ଲା ଥାନା ଏଏସ୍ଆଇ ଜି.ଡି ମିଶ୍ରଙ୍କୁ ଇଟାମାଟି ଥାନାକୁ, ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଅପର୍ତୀ ସାହୁଙ୍କୁ ଖଣ୍ଡପଡ଼ା ଥାନାକୁ, ଓଡ଼ଗାଁ ଥାନା ଏଏସ୍ଆଇ ଯୁଗଳ କିଶୋର ନାୟକଙ୍କୁ ଖଣ୍ଡପଡ଼ା ଥାନାକୁ, ଚାନ୍ଦପୁର ଥାନା ଏଏସ୍ଆଇ ଅମୁଲ୍ୟ କୁମାର ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ, ଖଣ୍ଡପଡ଼ା ଥାନା ଏଏସ୍ଆଇ ଏସ୍.କେ ସୁବୁଦ୍ଧିଙ୍କୁ ମାଳିସାହି ଫାଣ୍ଡିକୁ, ଜଗନ୍ନାଥପ୍ରସାଦ ଫାଣ୍ଡି ଅଧିକାରୀ ଜଗନ୍ନାଥ ପଲେଇଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଛି ।
ଜିଲ୍ଲା ପୁଲିସ ବିଭାଗରେ ଅଦଳବଦଳ
