ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ୧୫ ଗୋଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ନେଇ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପରିବେଶବିତ, ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀଙ୍କ ସଭାପତିତ୍ବରେ ବନମାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖେଡପଡ଼ାଠାରେ ଅନୁଷ୍ଠିତ ଉକ୍ତ ସଭାରେ ଶିକ୍ଷକ ପରିବାରର ଜିଲ୍ଲା ସଭାପତି ଯୁଧିଷ୍ଠିର ପ୍ରଧାନ ଉଦବୋଧନ ଦେବା ସହିତ ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି ସଙ୍ଘୀୟ ବାର୍ତ୍ତା ପ୍ରଦାନ କରିଥିଲେ।ଗୋବର୍ଦ୍ଧନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବାଘୂଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଭାପୁର, ନିତ୍ୟାନନ୍ଦ ବିଷୋୟୀ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଖୁଣ୍ଟୁବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ବ୍ଲକ ଓ ଶରତ ଚନ୍ଦ୍ର ନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦଶପଲ୍ଲା ବ୍ଲକ୍ ସମ୍ବର୍ଦ୍ଧିତ ହେବା ଅବସରରେ ନିଜ ନିଜର ଶିକ୍ଷକ ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହିତ ଶିକ୍ଷକତା ଏକ ବୃତ୍ତି ନୁହେଁ ବ୍ରତର ବିଚାର ନେଇ କାର୍ଯ୍ୟ କରିବା ସକାଶେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅନୁ ପ୍ରେରିତ କରିଥିଲେ। ପ୍ରତିମା ନନ୍ଦ, ମାର୍କଣ୍ଡ ଦାସ, ପ୍ରତାପ ଷଡ଼ଙ୍ଗୀ, ଶରତ ଚନ୍ଦ୍ର ବସନ୍ତରାୟ, ସଂଯୁକ୍ତା ସାହୁ ଓ ଅମିୟ ପ୍ରଧାନ ବିଦାୟୀ ଶିକ୍ଷକମାନଙ୍କ ଗୁଣଗାନ କରିବା ସହିତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ବହୁଦିନ ପରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେଇ ଖୁସି ବାଣ୍ଟିବା ସହିତ କରୋନା କବଳରୁ ଶୀଘ୍ର ମୁକ୍ତ ହୋଇ ନିଜ ନିଜର ବିଦ୍ୟାଳୟର ପିଲାମାନଙ୍କୁ ନିୟମିତ ଶିକ୍ଷଣ କାର୍ଯ୍ୟ ପରିଚାଳନା ପାଇଁ ପରସ୍ପର ଭାବ ବିନିମୟ କରୁଥିବା ଲକ୍ଷ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼ ପ୍ରାଣକୃଷ୍ଣ ବେହେରାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା।

Related posts