ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ରାଧାମୋହନ ଜୀୟୁ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତ ବିଶ୍ୱନାଥ ମିଶ୍ରଙ୍କ ଏକାଦଶାହ ଦିବସରେ ଓଷ୍ଟା ଦଶପଲ୍ଲା ବ୍ଲକ ପକ୍ଷରୁ ରାଧାମୋହନ ଜୀୟୁ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଠାରେ ଅଦ୍ୟ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଦଶପଲ୍ଲା ଓଷ୍ଟାର ବ୍ଲକ ସଭାପତି ଶରତ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଧାଞ୍ଜଳୀ ସଭାରେ ଶିକ୍ଷକନେତା କିଶୋର ଚନ୍ଦ୍ର ପରମଗୁରୁ, ସି.ପି.ଆଇ.ଏମ୍ ନେତା ଶରତ ଚନ୍ଦ୍ର ବେହେରା, ଓଷ୍ଟାର ଜିଲ୍ଲା ସଭାପତି ଅଯୋଧ୍ୟା ନାଥ ନାୟକ ଓ ସମ୍ପାଦକ ମାଣିକେଶ୍ୱର ସ୍ୱାଇଁ,
ରାଜ୍ୟ ସମ୍ପାଦକ ବିନାୟକ ପରିଡ଼ା, ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ନାୟକ ଓ ପ୍ରଣତି ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଉକ୍ତ ସଭାରେ ଦଶପଲ୍ଲା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଏବଂ ସ୍ୱର୍ଗତ ମିଶ୍ରଙ୍କ ପୁତ୍ର ବିଭୁପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଅତିଥିଗଣ ସ୍ୱର୍ଗତ ବିଶ୍ୱନାଥ ମିଶ୍ରଙ୍କ ବହୁମୁଖୀ ଗୁଣାବଳୀର ସ୍ମୃତିଚାରଣ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସଭାର ଆରମ୍ଭରେ ସ୍ୱର୍ଗତ ମିଶ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରଦ୍ଧାଞ୍ଜଳୀ ସଭାର ଆବାହକ ତଥା ଓଷ୍ଟା ବ୍ଲକ ସଂପାଦକ ଅକ୍ରୁର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ପ୍ରଧାନ ଶିକ୍ଷକ ବିଷ୍ଣୁ ନାରାୟଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ
ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତ ବିଶ୍ୱନାଥ ମିଶ୍ରଙ୍କ ସ୍ମୃତିଚାରଣ ସଭା
