ନୟାଗଡ଼(୦୫/୦୯): ନୟାଗଡ଼ ଟାଉନଥାନା ପୁଲିସ ଦ୍ୱାରା ୨୬୦ ଲିଟରରୁ ଊର୍ଦ୍ଧ୍ଵ ଦେଶୀ ମଦ ଜବତ, ୩ଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ବୈଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ଆଡ଼େଣିଗଡ଼ର ମୁନା ବାଘ, ମୁକ୍ତିକାନ୍ତ ସାହୁ, ସୁନୀଲ ମୁଖି ଏକ ଇଣ୍ଡିକା କାର ଯୋଗେ ଦେଶୀ ମଦ ନେଇ ନୟାଗଡ଼ ସଦରଥାନା ଅଞ୍ଚଳକୁ ଆସୁଥିଲେ । ପୁଲିସ ପ୍ରେଟୋଲିଂ କରୁଥିବା ସମୟରେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ଉକ୍ତ ଗାଡ଼ିକୁ ଅଟକାଇଥିଲା । ଉକ୍ତ ଗାଡ଼ିରୁ ୨୦୦ ଏମ୍ଏଲ୍ ୧୦୨୫ଟି ପାଉଚ ପ୍ଯାକେଟ ଏବଂ ଗାଡ଼ି ଟ୍ୟୁବରେ ୬୦ ଲିଟର ମଦ ରହିଥିବା ଦେଖାଯାଇଥିଲା । ପୁଲିସ ଉକ୍ତ କାର ଏବଂ ଦେଶୀମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।
ଟାଉନଥାନା ପୁଲିସ ଦ୍ୱାରା ଦେଶୀ ମଦ ଜବତ, ୩ ଗିରଫ
