କୁରାଳରେ ଗୁରୁପୂଜନ କାର୍ଯ୍ୟକ୍ରମ

ଓଡ଼ଗାଁ,(୦୫/୦୯):- ଆଜିର ପବିତ୍ର ଗୁରୁଦିବସ ଉପଲକ୍ଷେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ମେଡିକାଲସ୍ଥିତ ନୂତନ କଲ୍ୟାଣ ମଣ୍ଡପରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁରାଳ ଅଞ୍ଚଳର ସମସ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଗୁରୁପୂଜନ ଉତ୍ସବରେ ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ସଭାପତିତ୍ୱ କରିଥିବା ବେଳେ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଧିବାସ ପଣ୍ଡା ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଶୁଭାରମ୍ଭ କରିଥିଲେ । ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ,ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ। ସମାଜସେବୀ ପ୍ରଭାତ ପ୍ରଧାନ, ଶିକ୍ଷକ ରାଜନ ନାୟକ, ଅଶୋକ କଅଂର, ମନୋଜ ଦାସ, ସାମ୍ବାଦିକ ଗଣେଶ୍ୱର ସାହୁ, ଅର୍ଜୁନ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଫୁଲ, ଚନ୍ଦନ ସହ ଉତ୍ତରୀୟ ଦେଇ ପୂଜନ କରିଥିଲେ। ଗୁରୁଙ୍କ ଉପଦେଶ ମାନିବା ସହ ଗୁରୁଙ୍କୁ ସମ୍ମାନ ଜଣାଇବା ନିହାତି ଆବଶ୍ୟକ ବୋଲି ଅବସର ପ୍ରାପ୍ତ ଶିକ୍ଷକ ଗୌର ଚନ୍ଦ୍ର ସାହୁ ବକ୍ତବ୍ୟ ରଖିଥିଲେ। ପରେ ଜୁମଆପ ଜରିଆରେ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଓ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କ ବକ୍ତବ୍ୟ ଶୁଣି ଖୁସି ହୋଇଥିଲେ। ପ୍ରତିବର୍ଷ ଏଭଳି ଗୁରୁପୂଜନ ଉତ୍ସବ ଆୟୋଜନ କରାଯାଉଥିବାରୁ ଗୁରୁମାନେ କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ଶ୍ରୀମତୀ ଝିଲ୍ଲି ପ୍ରଧାନ ପରିଚାଳନା କରିବା ସହିତ ସମସ୍ତ ଗୁରୁ ଓ ଅତିଥିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts