କଜଳାଇପଲ୍ଲୀରେ କମ୍ୟୁନିଷ୍ଟ ପାର୍ଟିର ବ୍ରାଞ୍ଚ ସମ୍ମିଳନୀ

ଓଡଗାଁ,(୦୫/୦୯):- ଭାରତ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦ)ର କଜଳାଇପଲ୍ଲୀ ବ୍ରାଞ୍ଚ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମ୍ପାଦକ ମଣ୍ଡଳି ସଭ୍ୟ ସାଥି ସଭ୍ୟ ବିଶ୍ୱନାଥ ମହାପାତ୍ରଙ୍କୁ ସଭାପତିତ୍ୱରେ ଗୋଲକ ବିହାର ମୁଦୁଲି ଉକ୍ତ ପତାକା ଉତ୍ତୋଳନ କଲା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସାଥି ଗୋଲକ ମୁଦୁଲି ଉଦଘାଟନି ଭାଷଣ ରଖି ଆନୁଷ୍ଠାନିକ ଭାବେ ସମ୍ମୀଳନି ଉଦଘାଟନ କରିଥିଲେ । ଚାଷୀ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଦେବା ସହ ଶିକ୍ଷାର ଘରୋଇ କରଣ ନୂତନ ଶିକ୍ଷାନୀତ ୨୦୨୦କୁ ବିରୋଦ୍ଧ ଓ ବିଦ୍ୟୁତର ଘରୋଇ କରଣକୁ ବିରୋଧ କରିବା ନେଇ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କୁ ଅଧିକ ସଂଗଠିତ କରି ଶ୍ରମିକ ବିରୋଧ ଆଇନ ବାତିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଶେଷରେ ଶାଖାର ନୁତନ ସମ୍ପାଦକ ଭାବେ ବଳରାମ ମହାସଂଘ ନିର୍ବାଚିତ ହୋଇଥିଲେ ।

Related posts