ପବିତ୍ର ଗୁରୁଦିବସ ଅବସରରେ “ମାତୃଭୂମି” କୁରାଳ ପକ୍ଷରୁ ଗୁରୁପୂଜନ

କୁରାଳ,(ନୟାଗଡ଼ ଦର୍ପଣ):- ପବିତ୍ର ଗୁରୁ ଦିବସ ପାଳନ ଅବସରରେ “ମାତୃଭୂମି” କୁରାଳ ଆନୁକୂଲ୍ୟରେ ଗୁରୁପୂଜନ କାର୍ଯ୍ୟକ୍ରମ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ପାଳନ କରାଯାଇଛି । ଏଥିରେ କୁରାଳ ପଞ୍ଚୟତରେ ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ଥିବା ଶହେ ଜଣ ଗୁରୁ ଗୁରୁମାଙ୍କୁ ମିନି ଅଲମଣ୍ଡା ଫୁଲ ଚାରା ସହିତ କଲମ ଉପହାର ସ୍ୱରୂପ ଦିଆଯାଇଛି। ଏହିକାର୍ଯ୍ୟକୁ କୁରାଳ ପଞ୍ଚୟତରେ ଅବସ୍ଥିତ ମାତୃଭୂମିର କର୍ମକର୍ତ୍ତାମାନେ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମର ପଶ୍ଚାତରେ ଯେଉଁମାନଙ୍କର ମୁଖ୍ୟଭୂମିକା ରହିଛି, ସେମାନେ ହେଲେ ପୁରୁଷୋତ୍ତମ ପାଣିଗ୍ରାହୀ, ରାମେଶ୍ୱର ପଣ୍ଡା, ସୋମନାଥ ଚୌଧୁରୀ, ଦୁର୍ଗାମାଧଵ ସାହୁ, ମନୋରଞ୍ଜନ ସାହୁ, ବଦ୍ରିନାରାୟଣ ସୁବୁଦ୍ଧି, ଶ୍ରୀମତୀ ରଶ୍ମି ଦାସ, ପ୍ରସନ୍ନ କୁମାର ପାଣିଗ୍ରାହୀ, ତ୍ରିପତି ସୁବୁଦ୍ଧି, ରାମ କୃଷ୍ଣ ସାହୁ, ସତ୍ୟ ନାରାୟଣ ଶତପଥୀ ଓ ଅନ୍ୟମାନେ । ସମାଜରେ ଗୁରୁଶିଷ୍ୟର ସମ୍ପର୍କ, ସମାଜ ସେବାରେ ଶିକ୍ଷକଙ୍କ ଭୂମିକାକୁ ମନେପକାଇ ଦେବା ପାଇଁ ଓ ପ୍ରକୃତିରାଣୀକୁ ସୁନ୍ଦର କରିବାରେ ସହଯୋଗ କରିବା ପାଇଁ ବାର୍ତ୍ତା ଦିଆଯାଇଥିଲା । ଏଥିରେ ସକ୍ରିୟ ଭାବେ ଶିକ୍ଷକ ବନ୍ଧୁ ପ୍ରଫୁଲ କୁମାର ପାଣିଗ୍ରାହୀ, ଗିରିଡିପଲ୍ଲୀ ପଂଚାୟତର ସମିତି ସଭ୍ୟ ବିଜନ ପାଇକରାୟ, ଶିକ୍ଷକ ବନ୍ଧୁ ଗନ୍ଧର୍ବ କୁମାର ପ୍ରଧାନ, ମାତୃଭୂମିର ସଦସ୍ୟ ସୀମାଞ୍ଚଳ ସାହୁ, ସାମାଜିକ କର୍ମୀ ଶାନ୍ତନୁ ବିଶୋଇ, ଶ୍ରୀମତୀ ସୂର୍ଯ୍ୟକାନ୍ତି ପାତ୍ର, ପ୍ରଦୀପ କୁମାର ଶତପଥି, ବିରଞ୍ଚି ନାରାୟଣ ସାହୁ, ଶ୍ରୀମତୀ ବିଶ୍ୱଭାରତୀ ପାଣିଗ୍ରାହୀ ସକ୍ରିୟ ସହଯୋଗ କରିଥିଲେ ।ସୁଦୂର କେନ୍ଦୁଝର ଜିଲ୍ଲାରୁ ଆସି କୁରାଳରେ ଅବସ୍ଥାନ କରୁଥିବା ରଞ୍ଜିତ ମହାନ୍ତିଙ୍କର ଏହି କାର୍ଯ୍ୟକ୍ରମରେ ବଳିଷ୍ଠ ଭୂମିକା ରହିଅଛି। ‘ମାତୃଭୂମୀ’ର ଜଣେ ବରିଷ୍ଠ ଓ ଦକ୍ଷ କର୍ମୀ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କ ବିଶେଷ କାମ ଥିବାରୁ ସେ ଅନୁପସ୍ଥିତ ଥାଇ ଦୂରଭାଷ ଯୋଗେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଯଥେଷ୍ଟ ପ୍ରେରଣା ଦେଇଥିଲେ। ନିଆରା ଢଙ୍ଗରେ ପୂଜ୍ୟପୂଜାର ଉତ୍ସବ ‘ଗୁରୁ ଦିବସ” ଏଭଳି ଭାବରେ ମାତୃଭୂମି କୁରାଳ ସଂଗଠନ ଦ୍ୱାରା ସମ୍ପନ୍ନ କରାଯାଇଛି।

Related posts