ଗୁରୁଦିବସରେ ମାନ୍ୟବର ମନ୍ତ୍ରୀଙ୍କ ଗୁରୁପୂଜନ

ନୟାଗଡ଼,(୦୫ା୦୯):- ପବିତ୍ର ଗୁରୁଦିବସ ଅବସରରେ ଆଜି ଏକ ଗୁରୁପୂଜନ କାର୍ଯ୍ୟକ୍ରମ ଜୁମଆପ୍ ମାଧ୍ୟମରେ ହୋଇଯାଇଛି । ଅବସର ପ୍ରାପ୍ତ ଶିକ୍ଷକ ହରିହର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ ପ୍ରମୁଖ ଯୋଗ ଦେଇ ଗୁରୁପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଅବଦାନ ଅତୁଳନୀୟ । ଶିକ୍ଷା ଭିତ୍ତିଭୂମୀରେ ଅନେକ ବିକାଶ କରାଯାଇଛି । କୋଭିଡ୍‌ର ତୃତୀୟ ଲହର ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଛୋଟ ଛୁଆଙ୍କୁ ସଚେତନ କରିବାର ଆବଶ୍ୟକତା ପଡ଼ିଛି ବୋଲି ଜିଲ୍ଲାପାଳ କହିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ନେଇ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷକଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ଉପଦେଶ ମାନିବା ଉଚିତ ବୋଲି ବକ୍ତବ୍ୟରେ କହିଥିଲେ । ଗୁରୁମାନଙ୍କର ଅନୁଭୂତି ଓ ଅନୁଭବ ସମାଜ ପାଇଁ ଅନେକ କାମରେ ଆସିବ ବୋଲି କହିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ନୟାଗଡ଼ରେ ଦୀର୍ଘଦିନ ଧରି ପାଳନ ହେଉଥିବା ଗୁରୁପୂଜନ ଉତ୍ସବ ସମଗ୍ର ରାଜ୍ୟରେ ପ୍ରଥମ । ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନ ଦେବା ନିତ୍ୟାନ୍ତ ଆବଶ୍ୟକ । ଆଜିକାର ଦିନରେ ଦେଶ ଦେଶ ମଧ୍ୟରେ ଝଗଡ଼ା, ରାଜ୍ୟ ରାଜ୍ୟ ମଧ୍ୟରେ ଝଗଡ଼ା ଶିକ୍ଷା ଓ ଦୀକ୍ଷାର ନମୁନାକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନେକ ଲୋକ ବାପା ଓ ମାଆଙ୍କୁ ପଚାରୁ ନାହାନ୍ତି । ଆଜିକାର ଶିକ୍ଷକ, ଶିକ୍ଷୟତ୍ରୀମାନେ ଏଭଳି ଶିକ୍ଷା ଦିଅନ୍ତୁ, ଯେପରି ନୂତନ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ପାରଙ୍ଗମ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଚେଷ୍ଟା କଲେ ଅନେକ ଅମୁଲ୍ୟ ରତ୍ନ ସୃଷ୍ଟି କରି ପାରିବେ । ଭଲ କଥାକୁ ଭଲ ଭାବରେ ଗ୍ରହଣ କଲେ ସମାଜ ଅନେକ ପରିବର୍ତ୍ତନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସରକାରୀ ଦୃଷ୍ଟିରୁ ଅବସର ନେଲେ ମଧ୍ୟ ସେମାନଙ୍କର ଅନୁଭବ ଓ ଅନୂଭୂତି ନୂତନ ଦିଶା ଆଣିବ । ଏହି କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଜୁମ ମାଧ୍ୟମରେ ଯୋଡ଼ି ହୋଇଥିବା ଜଣାଯାଇଛି ।

Related posts