ନୟାଗଡ଼ ସାମ୍ବାଦିକ ଭବନରେ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସିଦ୍ଧାର୍ଥ ଦେ ଆଜି ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୨ବର୍ଷ ଧରି ନିଷ୍ଠାପର ଭାବେ ନୟାଗଡ଼ ଜିଲ୍ଲାରେ ସେ କାର୍ଯ୍ୟକରୀ ସୁନାମ ଅର୍ଜ୍ଜନ କରିଛନ୍ତି। ଆଜି ସନ୍ଧ୍ୟାରେ ନୟାଗଡ଼ ସାମ୍ବାଦିକ ଭବନରେ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ସମ୍ପାଦକ ଅନୀଲ କୁମାର ପଣ୍ଡା ସଂଯୋଜନା କରିଥିଲେ। ସାମ୍ବାଦିକମାନେ କିରାଣୀ ସିଦ୍ଧାର୍ଥ ଦେଙ୍କୁ ନେଇ ନିଜ ନିଜର ଅନୁଭୂତି ବଖାଣିଥିଲେ। ନୟାଗଡ଼ ଜିଲ୍ଲାର ସାମ୍ୱାଦିକଙ୍କ ପାଇଁ ସେ କରିଥିବା ସାହାଯ୍ୟ ଓ ସହଯୋଗ ସମସ୍ତଙ୍କର ମନେ ରହିବ ବୋଲି କହିଥିଲେ। ଶ୍ରୀଯୁକ୍ତ ଦେ, ନୟାଗଡ଼ରେ ଦୀର୍ଘ ୩୨ ବର୍ଷ କାଳ ସୁଚାରୁ ରୂପେ ନିଜ ଦାୟିତ୍ୱ ନିର୍ବାହନ କରି ଲୋକପ୍ରିୟ ହୋଇପାରିଥିଲେ।
