ଅବସର ଗ୍ରହଣ କଲେ ପ୍ରଧାନଶିକ୍ଷକ

ନୟାଗଡ଼, (ନୟାଗଡ଼ ଦର୍ପଣ): ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଏନ୍.ସି.ସି ଶିକ୍ଷକ ଅଜୟ କୁମାର୍ ମିଶ୍ର ନିକଟରେ ପ୍ରଧାନଶିକ୍ଷକ ଭାବରେ ପଦୋନ୍ନତି ପାଇ ଗତ ଜୁନ୍ ଚାରି ତାରିଖରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦେଇ ଆଜି ସରକାରୀ ଚାକିରିରୁ ଅବସର ନେଲେ। ଶ୍ରୀଯୁକ୍ତ ମିଶ୍ର ଜଣେ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ବେଳେ ପରେ ନିଜକୁ ଜଣେ ଏନ୍. ସି. ସି ଅଧିକାରୀ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ। ତାଙ୍କର ଅବସରକାଳୀନ ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିଲେ। ଆଜିର ସଭାରେ ନୟାଗଡ଼ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ୍ ଜେନା, ପରିଚାଳନ କମିଟି ସଭାପତି ସନ୍ତୋଷ କୁମାର୍ ପ୍ରଧାନ, ପୂର୍ବତନ ସଭାପତି ନାରାୟଣ ସାହୁ ଓ ଘଡୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଣତୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ଧୂପ ପ୍ରଦାନ ପୂର୍ବକ ସଭା ଆରମ୍ଭ ହୋଇଥଲା। ଦଶମ ଶ୍ରେଣୀ ଛାତ୍ରୀମାନେ ବିଦାୟ ସଙ୍ଗୀତ ଗାନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ ସ୍ବାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ବିଦାୟୀ ଶିକ୍ଷକଙ୍କ ଗୁଣାବଳୀ ବ୍ୟାଖ୍ୟା କରିଥିଲେ। ପରେ ପରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ପ୍ରୋଭିଜନାଲ ପେନସନ ସଭାରେ ଦିଆଯାଇଥିବା ବେଳେ ସହକର୍ମୀ ଓ ଛାତ୍ରଛାତ୍ରୀ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ଅନ୍ୟତମ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts