ଘୁମୁସର ରାଜବଂଶରେ ଜନ୍ମଲାଭ କରିଥିବା ଉପେନ୍ଦ୍ରଭଞ୍ଜ ୧୭୦୩ ଖ୍ରୀ.ଅ.ରେ ନିଜର ପିତା ନୀଳକଣ୍ଠ ଭଞ୍ଜଙ୍କ ସହ ନୟାଗଡ଼ ରାଜାଙ୍କ ଆଶ୍ରୟ ଗ୍ରହଣ କରି ମାଳିସାହି ଗ୍ରାମରେ ଖମାରବାଡ଼ି ପାଇ ଆଜୀବନ ବାସ କରିଥିଲେ । ନୟାଗଡ଼ର ସାହିତ୍ୟିକ ବାତାବରଣ ଭିତରେ ସେ ସାରସ୍ୱତ ସାଧନାରେ ନିମଗ୍ନ ହୋଇ ଜଣେ ମହାକବିରେ ପରିଣତ ହୋଇପାରିଥିଲେ । ନୟାଗଡ଼ ରାଜା ତାଙ୍କୁ ନୟାଗଡ଼ ଦରବାରର ପାରମ୍ପରିକ ବୀରବର ଉପାଧି ପ୍ରଦାନ କରିଥିଲେ । ଏଠି ରହି ଉପେନ୍ଦ୍ରଭଞ୍ଜ ରଚନା କରିଥିଲେ- ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ବୈଦେହୀଶ ବିଳାସ ଆଦି ପ୍ରସିଦ୍ଧ ଗ୍ରନ୍ଥ । ସେଥିପାଇଁ କୁହାଯାଏ – ଘୁମୁସର ଉପେନ୍ଦ୍ର ଭଞ୍ଜଙ୍କୁ ଜନ୍ମ ଦେଇଛି; ମାତ୍ର ନୟାଗଡ଼ ହିଁ କବି ସମ୍ରାଟଙ୍କୁ ସୃଷ୍ଟି କରିଛି ।
Read MoreMonth: May 2021
ବନ୍ଧୁକ ନିର୍ମାଣ ସରଞ୍ଜାମ ସହ ଜଣେ ଗିରଫ, ବନ୍ଧୁକ ଜବତ
ରଣପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ କନ୍ଧନୟାଗଡ଼ ଗ୍ରାମର ଜଗଦିଶ ମହାରଣାଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବନ୍ଧୁକ ନିର୍ମାଣ ସରଞ୍ଜାମ ଜବତ କରିଛି। ଚାନ୍ଦପୁର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ କେରେଣ୍ଡାଟାଙ୍ଗି ଅଞ୍ଚଳରେ ଜଗଦିଶ ମହାରଣା ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ଦେଖା ଯାଇଥିଲା । ପୁଲିସ ତାକୁ ସେଠାରୁ କାବୁ କରିବା ପରେ ସେ ତା’ ଦୋକାନରେ ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଥିଲା । ତା’ଠାରୁ ସମସ୍ତ ନିର୍ମାଣ ସରଞ୍ଜାମ ଏବଂ ବନ୍ଧୁକ ଜବତ କରିବା ସହ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
Read Moreଜିଲ୍ଲା ଶାନ୍ତି କମିଟି ବୈଠକକୁ ଆସିଲାନି ଗୁଡୁପାଙ୍ଗି ଗ୍ରାମ
ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଡ଼ୁପାଙ୍ଗୀ ଏବଂ ଏହାର ପାଶ୍ୱର୍ବର୍ତ୍ତି ୧୭ଟି ଗ୍ରାମ ମଧ୍ୟରେ ଦୀର୍ଘ ଦିନରୁ ଏକ ଗ୍ରାମ୍ୟ ରାସ୍ତାକୁ ନେଇ ଲାଗିରହିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଏହି ଶାନ୍ତି କମିଟିର ପ୍ରଥମ ବୈଠକ ଆଜି ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକକୁ ୧୭ଟି ଗ୍ରାମର ପ୍ରତିନିଧିମାନେ ଆସିଥିବା ବେଳେ ଗୁଡ଼ୁପାଙ୍ଗୀ ଗ୍ରାମ ପକ୍ଷରୁ କେହି ଆସି ନଥିଲେ । ସୂଚନା ଯୋଗ୍ୟ ଯେ ଗୁଡ଼ୁପାଙ୍ଗୀ ଗ୍ରାମ ମଧ୍ୟଦେଇ ଯାଇଥିବା ଏକ ଗ୍ରାମ୍ୟରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖର ୧୭ଟି ଗ୍ରାମ ଏବଂ ଗୁଡ଼ୁପାଙ୍ଗୀ ମଧ୍ୟରେ ଦୀର୍ଘ ଦିନରୁ ଏହି ରାସ୍ତା ଉପରେ ବିବାଦ ଲାଗି ରହିଛି । ଗୁଡ଼ୁପାଙ୍ଗୀ ଗ୍ରାମ…
Read Moreଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲେ ଶିକ୍ଷକ ଦମ୍ପତି
ଓଡ଼ଗାଁ: ଓଡଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୂ୍ରୁ ପଞ୍ଚାୟତର ପୋଡ଼ାସାହି ଗ୍ରାମର ନୂଆସାହିରେ ୨୨ପରିବାରଙ୍କ ୩୫ବଖରା ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏଇ ବିପତ୍ତି ସମୟରେ ନୟାଗଡ଼ ଜିଲ୍ଲାର ଅନେକ ସହୃଦୟ ବ୍ୟକ୍ତି ଯଥା ସମ୍ଭବ ସାହାଯ୍ୟର ହାତ ବଢ଼େଇ ଛନ୍ତି କିଏ ଶୁଖିଲା ଖାଦ୍ୟ ବିତରଣ କରୁଛନ୍ତି ତ ଆଉ କିଏ ରନ୍ଧା ଖାଦ୍ୟ ଆଉ କିଏ ପୋଷାକ ବିତରଣ କରଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ଗାଁର ଶିକ୍ଷକ ଦମ୍ପତି ଯଥା ପ୍ରହଲ୍ଲାଦ ବେହେରା ଓ ତାଙ୍କ ସହଧର୍ମିଣୀ ଦମୟନ୍ତୀ ଦାସ ଅଗ୍ନୀବିପନ୍ନ ପରିବାରଙ୍କୁ ଚାଉଳ, ଆଳୁ, ଚପଲ, ପିଲାଙ୍କ ଡ୍ରେସ, ଲୁଗା, ଲୁଙ୍ଗି ଗାମୁଛା ସହିତ ୨୨୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି।
Read Moreଆପଣଙ୍କ ଶରୀରରେ ଠିକ ଭାବେ କାମ କରୁଛି କି ନାଇଁ କରୋନା ଟିକା: ଲକ୍ଷଣରୁ ଜାଣନ୍ତୁ
କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇବାର ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ଟିକା। ମାତ୍ର କିଛି ଲୋକ ଏହାର ସାଇଡ୍ ଇଫେକ୍ଟ ଯୋଗୁ ଭୟ କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭ୍ୟାକ୍ସିନର ସାଇଡ୍ ଇଫେକ୍ଟକୁ ଡରିବାର ଆବଶ୍ୟକତା ନାହିଁ। ଏହି ସବୁ ସାଇଡ୍ ଇଫେକ୍ଟ ହିଁ ସୂଚନା ଦିଏ ଯେ ଟିକା ଆପଣଙ୍କ ଶରୀରରେ କାମ ଦେଉଛି। କିଛି ଲୋକଙ୍କ ଶରୀରରେ ଟିକା ନେବା ପରେ ଜ୍ୱର, ଥଣ୍ଡା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଉଛି। ଏହାର ଅର୍ଥ ହେଉଛି ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଖୁବ୍ ଦ୍ରୁତ ଗତିରେ କାମ କରୁଛି। ଯାହା କି ଏକ ଭଲ ଲକ୍ଷଣ ବୋଲି ଆମେରିକାର ମହାମାରୀ ଏକ୍ସପର୍ଟ କହିଛନ୍ତି। କିଛି ଲୋକଙ୍କ ଶରୀରରେ ପ୍ରଥମ ଡୋଜ୍ ପରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଉ କିଛିଙ୍କ ଠାରେ ଦ୍ଵିତୀୟ…
Read Moreକରୋନା କବଳରୁ ରକ୍ଷା ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦୀପଦାନ
ଓଡ଼ଗାଁ: କରୋନା କବଳରୁ ବିଶ୍ଵବାସୀ ରକ୍ଷା ପାଇବା ପାଇଁ ଏବଂ ଓଡ଼ଗାଁ ବ୍ଳକର କିଛି ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ ଲାଭ ନିମିତ୍ତ ଆଜି ଓଡ଼ଗାଁ ବ୍ଳକର ବିଭିନ୍ନ ସଂଘର କର୍ମକର୍ତ୍ତା ତଥା ନୟାଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଭକ୍ତ ରଞ୍ଜନ ମିଶ୍ର, ସମନ୍ୱୟ ସଂଘର ଆବାହକ ମନୋଜ କୁମାର ନାୟକ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସଚ୍ଚିଦାନନ୍ଦ ଦାସ, ସହ ସମ୍ପାଦକ ରଞ୍ଜନ କୁମାର ଦାଶ, ଶିକ୍ଷକ ମୋହନ ସାହୁ, ରବୀନ୍ଦ୍ର କୁମାର ଘଡେଇ, ନାରାୟଣ ଡାକୁଆ, ସୁରେନ୍ଦ୍ର ନାଥ ଷଡଙ୍ଗୀ, ଗୋପାଳ ମାଝୀ, ରାଜ ସିଁ ବେହେରା, ବସନ୍ତ କୁମାର ବିଶୋଇ, ମହାଦେବ ମାଝି, ପବିତ୍ର ମୋହନ ସାହୁ, କିଶୋର…
Read Moreନୟାଗଡ଼ ଇତିହାସ
ପୂର୍ବତନ ନୟାଗଡ଼ ଦେଶୀୟ ରାଜ୍ୟ ଓଡ଼ିଶା ଗଡ଼ଜାତ ମଧ୍ୟରେ ଅନ୍ତର୍ଭୁକ୍ତ ।ଭାରତ ଇଂରେଜମାନଙ୍କର ଅଧିନ ହେବା ପରେ ଏହି ରାଜ୍ୟ ପୁରୀ ଜିଲ୍ଲାର ଏକ ଅଂଶ ରହିଥିଲା । ବର୍ତ୍ତମାନ ଏହା ନୟାଗଡ଼ ଜିଲ୍ଲାର ଅଂଶ ଅଟେ । ନୟାଗଡ଼ ରାଜ୍ୟ ସ୍ଥାପନ ପୂର୍ବର ରାଜନୈତିକ ପରିସ୍ଥିତି ନୟାଗଡ଼ ରାଜ୍ୟ ରେବା ରାଜବଂଶର ସୂର୍ଯ୍ୟମଣିଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ସ୍ଥାପିତ ହେବା ପୂର୍ବରୁ ଏହି ଅଞ୍ଚଳ ମୂଖ୍ୟତଃ ବାଙ୍କୀ, ରଣପୁର, ବୌଦ୍ଧ, ଘୁମୁସର ରାଜ୍ୟର ଅଂଶ ଥିଲା । ଅଧିକ ଭାଗ ରଣପୁର ରାଜ୍ୟ ଅଧିନରେ ରହିଥିଲା । ଏହା ବ୍ୟତୀତ ଇଟାମାଟି ଠାରୁ ଦିଘିରି ଅଞ୍ଚଳ ଯାଏଁ ଓଡ଼ିଶା ରାଜାଙ୍କର ଅଧିନସ୍ଥ ରହିଥିଲା । ମହିପୂର, ବାହାଡ଼ାଝୋଲା, ନୂଆଗାଁ ଇତ୍ୟାଦି ମାଳ ଅଞ୍ଚଳରେ ସ୍ଥାନୀୟ ଦଳପତି ବା ଗଡ଼ତିଆମାନେ ଶାସନ କରୁଥିଲେ । ସେମାନଙ୍କ ଉପରେ…
Read Moreନୟାଗଡ଼ର ଭୌଗଳିକସ୍ଥିତି
ନୟାଗଡ଼ ସହର ଏକଦା ନୟାଗଡ଼ ଗଡ଼ଜାତ ରାଜ୍ୟର ରାଜଧାନୀ ରହିଥିଲା । ଏହି ରାଜ୍ୟ ୧୯ଂ-୫୩’ ଓ ୨୦ଂ-୨୦’ଉତ୍ତର ଅକ୍ଷାଂଶ ଓ ୮୪ଂ-୪୮’ ଓ ୮୫ଂ-୧୫’ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ନୟାଗଡ଼ ରାଜ୍ୟର ଉତ୍ତର ପଶ୍ଚିମ ଅଞ୍ଚଳରେ ସାପୁଆ – ମୁଣ୍ଡା ଓ ହାତିମୁଣ୍ଡା ପର୍ବତମାଳା ଅବସ୍ଥିତ । ପଶ୍ଚିମ ଭାଗରେ ଶୂଳିଆ ପର୍ବତ ବହୁ ଅଞ୍ଚଳ ବ୍ୟାପି ରହିଅଛି । ପୂର୍ବ ଅଞ୍ଚଳରେ ଶୁକରମଲ୍ଲ ପର୍ବତ ବିଦ୍ୟମାନ । ନୟାଗଡ଼ ସହର ସମୁଦ୍ର କୂଳରୁ ପ୍ରାୟ ୪୫ ମାଇଲ ଦୂରରେ ଅବସ୍ଥିତ । ମାତ୍ର ପ୍ରାଚୀର ସଦୃଶ ପର୍ବତମାଳା ରହି ସାମୁଦ୍ରିକ ବାୟୁ ପ୍ରଭାବରେ ବାଧା ଦେଉଛି । ନୟାଗଡ଼ ରାଜ୍ୟର ଉଚ୍ଚତମ ପର୍ବତ ଶୁଳିଆର ଶିଖର ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ରହିଅଛି । ଶୁକରମଲ୍ଲ ପର୍ବତର ଶିଖର ୧୪୩୨ ଫୁଟ…
Read Moreନୟାଗଡ଼ ପୁରାଣ
ହରିଷ ଗୀତିକଳ୍ପ ଆମ ସମୟର ଓଡ଼ିଆ ଗୀତିକବିତା ପରିମଣ୍ଡଳରେ ଜଣେ ଅନନ୍ୟ ପ୍ରତିଭା। ଛନ୍ଦ ଓ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗିକ ଶୋଭାରାଜି, ମାନବୀୟ ସମ୍ବେଦନ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ। ନିଜର ସୃଜନାତ୍ମକ ସମୃଦ୍ଧ ସୃଷ୍ଟି ପାଇଁ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ ବିଭୂଷିତ। ଓଡ଼ିଶାର ସମସ୍ତ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ କଣ୍ଠରେ ହରିଶ୍ ପ୍ରଧାନ (ଗୀତିକଳ୍ପ)ଙ୍କ ଗୀତସବୁ କ୍ୟାସେଟ, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହୋଇ ଯଥେଷ୍ଟ ଆଦୃତି ଲାଭ କରିପାରିଛି।“ନୟାଗଡ଼ ପୁରାଣ (ରଳବ ଖଣ୍ଡ)” ହରିଶ୍ ଗୀତିକଳ୍ପଙ୍କ ଏକ ଅଭିନବ ପ୍ରୟାସ। ପୁରାଣ କିମ୍ବଦନ୍ତୀ, ଲୋକକଥା ପରମ୍ପରା ତଥା ଐତିହାସିକ ତଥ୍ୟ…
Read Moreଅମ୍ଳାନ ସ୍ୱାକ୍ଷର
ହରିଶ ପ୍ରଧାନ(ଗୀତିକଳ୍ପ) ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଜଣାଶୁଣା ଲେଖକ ଓ କବି । ଛନ୍ଦ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗିକ ଶୋଭାରାଜି, ମାନବୀୟ ସମ୍ବେଦନ,ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ । ନିଜର ସୃଜନଶୀଳତା ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରାପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ ବିଭୂଷିତ । ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ କଣ୍ଠରେହରିଶ ପ୍ରଧାନ (ଗୀତିକଳ୍ପ)ଙ୍କ ଗୀତ ସବୁ କ୍ୟାସେଟ୍, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହୋଇ ଯଥେଷ୍ଟ ଆଦୃତି ଲାଭ କରି ।ରିଛି । ତାଙ୍କଦ୍ୱାରା ରଚିତ ‘ନୟାଗଡ଼ପୁରାଣ’, ‘ନୟାଗଡ଼ ଜ୍ଞାନ’, ‘ଜଗାର କରୁଣା’ ଓ ‘ଭୂତ ସହିତ ରାତିଏ’ ଆଦି ପୁସ୍ତକ ବେଶ୍ ଆଦୃତ ହୋଇପାରିଛି ପାଠକମାନଙ୍କ ମଧ୍ୟରେ…
Read More