ରଣପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ କନ୍ଧନୟାଗଡ଼ ଗ୍ରାମର ଜଗଦିଶ ମହାରଣାଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବନ୍ଧୁକ ନିର୍ମାଣ ସରଞ୍ଜାମ ଜବତ କରିଛି। ଚାନ୍ଦପୁର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ କେରେଣ୍ଡାଟାଙ୍ଗି ଅଞ୍ଚଳରେ ଜଗଦିଶ ମହାରଣା ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ଦେଖା ଯାଇଥିଲା । ପୁଲିସ ତାକୁ ସେଠାରୁ କାବୁ କରିବା ପରେ ସେ ତା’ ଦୋକାନରେ ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଥିଲା । ତା’ଠାରୁ ସମସ୍ତ ନିର୍ମାଣ ସରଞ୍ଜାମ ଏବଂ ବନ୍ଧୁକ ଜବତ କରିବା ସହ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

