ନୟାଗଡ଼,(୨୧ା୦୯): ଦୀର୍ଘ ୬୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପାଳିତ ହୋଇ ଆସୁଥିବା ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ଆଗାମୀ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ କମିଟି ସଭାପତି ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ପୌରହିତ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ମହାମାରୀ ଯୋଗୁଁ ଚଳିତ ବର୍ଷ ଦୁର୍ଗାପୂଜା ନିରାଡ଼ମ୍ବର ତଥା ରାଜ୍ୟ ସରକାରଙ୍କ କୋଭିଡ ନିୟମାନୁସାରେ ପାଳନ କରାଯିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା । ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ସ୍ଥାୟୀ ପୂଜା ମଣ୍ଡପ ନଥିବାରୁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ଆଗାମୀ ଦିନରେ ଏକ ସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଥିଲା । ଚଳିତ ବର୍ଷ ଦୁର୍ଗାପୂଜା ପାଳନ ପାଇଁ ନୟାଗଡ଼ ଅଧିବାସୀଙ୍କଠାରୁ ପାରମ୍ପରିକ ଚୂଲୀ ଚାନ୍ଦା ଆଦାୟ…
Read MoreCategory: ମନୋରଞ୍ଜନ
ବଡସହରା ଗ୍ରାମରେ ଧୁମଧାମରେ ପାଳିତ ହେଲା ଖୁଦୁରୁକୁଣୀ ଓଷା
ଖଣ୍ଡପଡା,(୨୦/୦୯): ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଗାଁ ଗହଳିର ଅନେକ ଅନନ୍ୟ ପରମ୍ପରା ଓ ସଂସ୍କୃତି । ଯେଉଁ ପରମ୍ପରା ଓ ସଂସ୍କୃତି ଯୋଗୁଁ ଆମ ଓଡ଼ିଆ ମାଟି ସାରା ବିଶ୍ବ ଦରବରରେ ପରିଚିତ ସେସବୁ ଏବେ ଧୀରେଧୀରେ ବୁଡି ଯିବା ଦେଖି ବୁଦ୍ଧିଜିବିଙ୍କ ମହଲରେ, ଉଦବେଗ ପ୍ରକାଶ ପାଉଛି। ପରମ୍ପରା ସଂସ୍କୃତିକୁ ବଜାୟ ରଖିବା ପାଇଁ ସରକାର ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କାର୍ଯ୍ୟକ୍ରମ ସ୍ଵାଗତ ଯୋଗ୍ୟ। ସୂଚନା ଥାଉକି ପୁରୁଣା କାଳରେ ଗାଁ ଗାଁ ମାନଙ୍କରେ ଶୁଣିବାକୁ ମିଳୁଥିବା ବୁଧେଇ ସୁଧେଇ ଓଷାର ଗୀତ, ଗାଁ କୁମାରୀଙ୍କର ଜହ୍ନି ଓଷା ଗୀତ ଅବା ବୁଢ଼ୀ ମା’ର ଝୋଟି ଚିତାରେ ପରମ୍ପରା ହେଉ କି ଗ୍ରାମ ଯୁବକଙ୍କର ରଜ ପର୍ବରେ କବାଡି, ବାଗୁଡ଼ି, ବାଟି ଖେଳ ହେଉ କି ପାନ ଖିଆ ହେଉ ଧୀରେ…
Read Moreଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟତ୍ରୀ ସଂଘ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ
ଇଟାମାଟି,(୧୫/୦୯): ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟତ୍ରୀ ସଂଘ ଇଟାମାଟି ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ ଅନୁଷ୍ଠାନର ଉପ ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ସଂଯୋଜନାରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ଶାନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ସୋନାଲିକା ମନ୍ଥନ, ସମତି ସଭ୍ୟା ବବିତାରଣୀ ଜେନା, ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇଥିଲେ । ଇଟାମାଟି ପଞ୍ଚାୟତ ସ୍ତରରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୧ରେ ସର୍ବୋଚ୍ଚ ନମ୍ବର ରଖିଥିବା ୬ଜଣ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଣି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରସନ୍ନ କୁମାର ଦାଶଙ୍କ ଅଭିଭାଷଣ ପରେ ସହ ସମ୍ପାଦକ ଶ୍ୟାମ ସୁନ୍ଦର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Read Moreଇଣ୍ଡିଆନ ମିୟୁଜିକ କ୍ରିଏସନ ପକ୍ଷରୁ ଭଜନ ‘ନୀଳାଚଳ ନାଥ’ ଲୋକାର୍ପିତ
ଶରଣକୁଳ,(୧୫/୦୯): ଶରଣକୁଳ ମା’ ଝାଡ଼େଶ୍ୱରୀଙ୍କ ପୀଠରେ ଇଣ୍ଡିଆନ ମିୟୁଜିକ କ୍ରିଏସନ ପକ୍ଷରୁ ଭଜନ ‘ନୀଳାଚଳ ନାଥ’ ଲୋକାର୍ପିତ ହୋଇଯାଇଛି । ଏହି ଗୀତଟିରେ ଆଦ୍ୟା ଆଲିସା ଦାଶ କଣ୍ଠଦାନ କରିଥିବା ବେଳେ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ସ୍ୱର ସଂଯୋଜନା କରିଛନ୍ତି । ଅଶୋକ କୁମାର ସାହୁ ସଂଗୀତ ପରିଚାଳକା କରିଥିବା ବେଳେ ଗୀତ ରଚନା କରିଛନ୍ତି ବିରଞ୍ଚୀ ନାରାୟଣ ତ୍ରିପାଠୀ । ଏହି ଲୋକାର୍ପଣ ଉତ୍ସବରେ ବରିଷ୍ଠ ଶିକ୍ଷାବିତ ତଥା ସଂସ୍କୃତି ପ୍ରେମୀ କିଶୋର ଚନ୍ଦ୍ର କର, ଗୀତିକାର ନଳିନୀ ଦାଶ, ସୁବାଷ ନାୟକ, କଣ୍ଠଶିଳ୍ପୀ ରବିନ୍ଦ୍ର କୁମାର ତ୍ରିପାଠୀଙ୍କ ସମେତ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଓ କଣ୍ଠଶିଳ୍ପୀ ଆଦ୍ୟା ଆଲିସା ଦାଶ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାର ଏହି ଉଦୀୟମାନ କଣ୍ଠଶିଳ୍ପୀଙ୍କର କଣ୍ଠର ଯାଦୁ ଶ୍ରୋତା ମାନଙ୍କ ହୃଦୟକୁ…
Read Moreଓଡ଼ଗାଁରେ ବିଜୁ ମହିଳା ଜନତାଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଓଡ଼ଗାଁ,(୧୨/୦୯): ଓଡ଼ଗାଁ ବ୍ଲକ ନିକଟସ୍ଥ ଇନଡୋର ଷ୍ଟାଡିୟମଠାରେ ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ମହିଳା ଜନତା ଦଳର ସଂଗଠନ ଉପରେ ଆଲୋଚନା କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଏବଂ ଆଦର୍ଶ ପାଇଁ ବିଜୁ ଜନତା ଦଳ ସାରା ରାଜ୍ୟରେ ଲୋକପ୍ରିୟ ହୋଇପାରିଛି । ବିଶେଷ କରି ମହିଳାମାନଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳାମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କରୁଥିବା ବିଭିନ୍ନ ଲୋକହିତକର ଏବଂ ଜନକଲ୍ୟାଣକାରୀ ଯୋଜନା ସବୁକୁ ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁ କହିଥିଲେ । ମିଶନଶକ୍ତି ମହିଳାମାନଙ୍କୁ…
Read Moreଦଶପଇସିଆ ଅଜା
(ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ)ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ତଥା ପିତା ବାଞ୍ଛାନିଧି ପଟ୍ଟନାୟକ ଓ ମାତା ପାର୍ବତୀ ଦେବୀଙ୍କ କୁଳନନ୍ଦନ ଥିଲେ ଦାଶରଥି ପଟ୍ଟନାୟକ (୧୯୦୭–୧୯୯୭)। ଦଶ ପଇସାର ଖୁଣ୍ଟାତଡ଼ା ରାଜା ଦାଶିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ଥିଲେ ସମସ୍ତଙ୍କର ଅତି ଆପଣାର ।ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ପ୍ରତିଭା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ। ଦାଶିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ର୍ଥ ଶ୍ରେଣୀ ଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା। ବିଶ୍ରାମ ସମୟରେ ବହି ପଢିବା ଥିଲା ତାଙ୍କର ଏକ ନିଶା। ଏହି ବହି ପଢିବା ନିଶାରୁ ଆରମ୍ଭ କଲେ ଅନନ୍ୟ ଯାତ୍ରା। ଗାଁ ଗଣ୍ତା ସହର…
Read Moreଦାସିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ନୟାଗଡ଼,(୧୨/୦୯):- ରାଜ୍ୟ ପାଠାଗାର ଆନ୍ଦୋଳନର ପୁରୋଧା, ବିଶିଷ୍ଟ ସଂଗ୍ରାହକ, ମାଟିର ଗର୍ବ ଗୌରବ, ଉତ୍ତର ପିଢିପାଇଁ ପଥ ପ୍ରଦର୍ଶକ ଦଶ ପଇସାର ରଜା ଦାସିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ସଦର ମହକୁମାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଦାସିଆ ଅଜା ସ୍ମୃତି ସଂସଦର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଜିଲ୍ଲାପାଳ ତଥା ଦାଶରଥି ପଟ୍ଟନାୟକ ଟ୍ରଷ୍ଟର ଅଧ୍ୟକ୍ଷ ଡା. ପୋମା ତୁଡୁ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦାସିଆ ଅଜା ଅମର ରହେ- ଅମର ରହେ ପ୍ରତିଧ୍ୱନି କଚେରୀ ବଜାର ପ୍ରକମ୍ପିତ ହୋଇଥିଲା।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାସ, ସିପିଆଇଏମ ନେତା ବିଶ୍ୱନାଥ ମହାପାତ୍ର, ଶ୍ରମିକ…
Read Moreଶ୍ରୀ ସୃଜନର ‘ଓଁ ନମୋ ନମୋ ଶ୍ରୀ ଗଣେଶ’ ଭଜନ ଭିଡ଼ିଓ ଲୋକାର୍ପିତ
ନୟାଗଡ଼,(୧୦/୦୯): ନୟାଗଡ଼ରେ ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ‘ଶ୍ରୀ ସୃଜନ’ର କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ ପ୍ରଚୋଷ୍ଟାରେ ପବିତ୍ର ଶ୍ରୀ ଗଣେଷ ପୂଜା ଅବସରରେ ମା’ ଦକ୍ଷିଣକାଳୀଙ୍କ ପୀଠରେ ଥିବା ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ସମ୍ମୁଖରେ ଅନୁଷ୍ଠାନର ସଂଗୀତ ଭିଡିଓ ‘ଓଁ ନମୋ ନମୋ ଶ୍ରୀ ଗଣେଶ’ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଭାପତି ନାଟ୍ୟଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ସଂଗୀତ ଭିଡିଓରେ ଗୀତ, ସଂଗୀତ, କଣ୍ଠ ଦାନ କରି ଅଛନ୍ତି ଶ୍ରୀ ସୃଜନର ସପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ । ଉନ୍ମୋଚନ କାଳରେ ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର ସମସ୍ତ ବିଧିବ୍ୟବସ୍ଥା ପରିଚାଳନା କରିଥିବା ବେଳେ ସଭ୍ୟ ଲକ୍ଷ୍ମୀଧର ମହାପାତ୍ର, ସଭ୍ୟ ପ୍ରଦୀପ କୁମାର ସାହୁ, ସଭ୍ୟା ସାଈ ଶ୍ରୀ ଦେବୀ, ସଭ୍ୟ ପଣ୍ଡିତ ଚନ୍ଦ୍ରମଣି…
Read Moreଆଜି ପବିତ୍ର ଜନ୍ମାଷ୍ଠମୀରେ ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଧରାଵତରଣ ବିଷୟରେ
ସଂସ୍କୃତି,(୩୦/୦୮):- ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ…
Read Moreସମ୍ବର୍ଦ୍ଧନା ମ୍ୟୁଜିକର କ୍ୟାସେଟ୍ ଉନ୍ମୋଚନ
ଓଡ଼ଗାଁ,(୨୯/୦୮):- ଆଜି ସମ୍ବର୍ଦ୍ଧନା ମ୍ୟୁଜିକ ତରଫରୁ ‘ହାଟବାହୁଡା’ ନାମରେ ଗୋଟିଏ ଭଜନ କ୍ୟାସେଟ୍ ଓ ‘ଫେରିଆ ପ୍ରିୟା’, ‘କୁହୁଳା ସ୍ମୃତି’ ନାମରେ ଦୁଇଟି ଆଧୁନିକ ଆଲବମ୍ ଏହିପରି ତିନୋଟି କ୍ୟାସେଟ୍ ଓଡ଼ଗାଁର ଶ୍ରୀ ରାଧାମାଧବ ମନ୍ଦିର, ରାମସାଗର ପାର୍କ ଓ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଉନ୍ମୋଚିତ ହୋଇଛି।ଗୀତ ଗୁଡିକୁ ବନ୍ଦନା ମହାପାତ୍ର ରଚନା କରିଥିବା ବେଳେ ସ୍ୱରରେ ସଜାଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର।ଏମ୍. ଦୀନବନ୍ଧୁଙ୍କ ପ୍ରଯୋଜନାରେ ଉକ୍ତ କ୍ୟାସେଟ୍ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ସୁନାମଧନ୍ୟ ଦୂରଦର୍ଶନ ଧାରାବାହିକ ଅଭିନେତ୍ରୀ ସବିତା ସାହୁ, ମୋନାଲି ପ୍ରିୟଦର୍ଶିନୀ ଓ ପ୍ରୟାତତ୍ମା ରଥ। “କୁହୁଳା ସ୍ମୃତି”କୁ ନେଇ ପ୍ରସ୍ତୁତ ଆଲବମ ଭିଡିଓରେ ଅଭିନୟ କରିଛନ୍ତି ଲିଟନ୍, ସବିତା ଓ କୁମାର୍ ଜ୍ୟୋତି। ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଯୋଜକ ଏମ୍. ଦୀନବନ୍ଧୁଙ୍କ ସମେତ ସମସ୍ତ ଆଲବମ ଭିଡିଓ କଳାକାର,…
Read More