ନୟାଗଡ଼ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ଜିନିଷ ଉପରେ ଜୋରଦାର ଚଢାଉ, ଦୋକାନୀ ଛାନିଆ

ନୟାଗଡ଼, (ନୟାଗଡ଼ ଦର୍ପଣ):- ନୟାଗଡ଼ ମ୍ୟୁନିସିପାଲ୍ ଟି ତରଫରୁ ନୟାଗଡ଼ ସହରର ବିଭିନ୍ନ ଦୋକାନ ଉପରେ ଆଜି ଜୋରଦାର ଚଢଉ କରାଯାଇ ପ୍ଲାଷ୍ଟିକ ଜିନିଷ ଓ ପଲିଥିନ ଜବତ ହେବା ସହିତ ୧୩,୪୦୦/- ଟଙ୍କା ଜରିମାନା ଆଦାୟ କରାଯାଇଛି । ନୟାଗଡ଼ ସହରରେ ଏପରି ଚଢଉ ଦେଖି ଦୋକାନୀମାନେ ଛାନିଆ ହୋଇପଡିଛନ୍ତି।

ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀକରଣ ଦଳର ୧୦ ଜଣିଆ ଟିମ ଚଢଉରେ ସାମିଲ ହୋଇଛନ୍ତି  ।  ଆଜି ସନ୍ଧ୍ୟାସୁଦ୍ଧା ୧୯ କେ.ଜି. ପଲିଥିନ୍ ଓ କିଛି ପ୍ଲାଷ୍ଟିକ ସାମଗ୍ରୀ ଜବତ ହେବା ସହିତ ଜରିମାନା ଆଦାୟ ହୋଇଛି। ଖଣ୍ଡପଡା ରାସ୍ତା, ପି.ଟି.ଏସ୍. ଛକ ସହିତ ପ୍ରାୟ ୩୭ଟି ଦୋକାନ ଉପରେ ଚଢଉ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଚଢଉ ଟିମରେ ନାରାୟଣ ନାୟକ, ଅଜିତ କୁମାର ମଲ୍ଲିକ, ଦୀପକ କୁମାର ଜେନା, ହଜରତ ଅଲ୍ଲି ଖଁ।, କୁମାର ଚନ୍ଦ୍ର ମିଶ୍ର, ବିଭୁତି ଭୂଷଣ ସାହୁ ଓ ପରିମଳ ସଂସ୍ଥାର କର୍ମଚାରୀମାନେ ସାମିଲ ଥିଲେ। ବର୍ତ୍ତମାନ ଅଧିକାଂଶ ଦୋକାନରେ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଏହା ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି। ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ସହିତ ବିଭିନ୍ନ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ଏପରି ଚଢାଉ କରାଯାଉଛି।

Related posts