ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ଗାଁସ୍ଥିତ ରାଧାମାଧବ ମନ୍ଦିର ପରିସରରେ ବରିଷ୍ଠ କବି ତଥା ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ୱ।ଜ)ଙ୍କ ରଚିତ “ଆମ ଓଡ଼ଗାଁ” ନାମକ ଏକ କ୍ୟାସେଟ୍ ଆଜି ଲୋକାର୍ପିତ ହୋଇଯାଇଛି । ଅଶୋକ କୁମାର ସାହୁ ଉକ୍ତ କ୍ୟାସେଟର ସଂଗୀତ ପରିଚାଳନା କରିଥିବା ବେଳେ କଣ୍ଠଦାନ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ। ଲୋକାର୍ପଣ ଉତ୍ସବରେ ବ୍ୟଙ୍ଗକବି ଭାବଗ୍ରାହୀ ମହାପାତ୍ର, କବି ଶରତଚନ୍ଦ୍ର ଷଡ଼ଙ୍ଗୀ, ଦୂତିକୄଷ୍ଣ ମିଶ୍ର, କବି ତଥା କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, ଯଶୋବନ୍ତ ପଟ୍ଟନାୟକ, ରମାକାନ୍ତ ପ୍ରଧାନ, ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର, ସମାଜସେବୀ ଅରୁଣ କୁମାର ସାହୁ, କବୟିତ୍ରୀ ପ୍ରଭାତି ପଟ୍ଟନାୟକ, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଙ୍ଗୀତଟି ଓଡ଼ଗାଁ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରି ଯଥେଷ୍ଟ ଦର୍ଶକୀୟ ଆଦୄତି ପାଇପାରିବ ବୋଲି ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଉଭୟ ଗୀତିକାର ଓ କଣ୍ଠଶିଳ୍ପୀ ଉପସ୍ଥିତ ରହି ସମସ୍ତଙ୍କୁ ହାର୍ଦ୍ଦିକ କୄତଜ୍ଞତା ଜଣାଇଛନ୍ତି।
Related posts
-
ଭଏସ୍ ଅଫ୍ ନୟାଗଡ଼ ସିଜିନ-୫
ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଠାରୁ ଆରମ୍ଭ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼... -
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ...