ପ୍ରଚଣ୍ଡ ବଜ୍ରପାତରେ ଭାଙ୍ଗିଲା ମନ୍ଦିର ଦଧିନଉତି

ନୟାଗଡ଼,(୨୮/୦୯): ନୟାଗଡ଼ ବ୍ଲକ୍ କେନ୍ଦୁଢିପି ପଞ୍ଚାୟତ ଅନ୍ତର୍ଗତ ଖଇରପଟି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଘଟଣ, ଆଜି ଅପରାହ୍ନରେ ବଜ୍ରପାତରେ ଖଇରପଟି ଗ୍ରାମର ଶିବ ମନ୍ଦିରର ଦଧିନଉତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏକ ପ୍ରଚଣ୍ଡ ବଜ୍ରପାତ ମନ୍ଦିରର ଅଗ୍ରଭାଗରେ ମାଡ଼ ହୋଇଥିଲା ଯାହା ଫଳରେ ଦଧିନଉତିଟି ଭାଙ୍ଗି ଖଣ୍ଡ ବିଖଣ୍ଡିତ ହୋଇ ତଳେ ପଡ଼ି ଯାଇଥିଲା। ୭୦ ବର୍ଷର ପୁରୁଣା ମନ୍ଦିର ଏଭଳି କ୍ଷତିଗ୍ରସ୍ତ ହେବା ଦେଖି କେହି କେହି ଗ୍ରାମକୁ ବିପଦ ଥିବା କହିଥିବା ବେଳେ କେହି କେହି ବିଜ୍ଞାନ ସମ୍ମତ କାରଣ ଦର୍ଶାଇଛନ୍ତି। ଗ୍ରାମର ଶିକ୍ଷିତ ଯୁବକମାନେ କହିଛନ୍ତି ପଚାଶ ଫୁଟର ଏହି ଉଚ୍ଚ ମନ୍ଦିର ପାଇଁ ବିଦ୍ୟୁତ ପରିବାହିର ସୁବିଧା କରାଯିବାର ଆବଶ୍ୟକତା ଥିଲା। ଏହି ଘଟଣାଟିକୁ ଦେଖିବା ପାଇଁ ଖଇରପଟି ଗ୍ରାମରେ ପ୍ରବଳ ଭିଡ଼ ହୋଇଥିବା ଜଣାପଡିଛି ।

Related posts