ବର୍ଦ୍ଧିତ ହୋଲ୍ଡିଂ ଟାକ୍ସକୁ ନେଇ ସହରବାସୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ

ବର୍ଦ୍ଧିତ ଦର ଦେବା ସମ୍ଭବ ନୁହେଁ

ନୟାଗଡ଼,(୨୬/୦୯): ନୟାଗଡ଼ ପୈାର ପରିଷଦ ଟିକସ ବୃଦ୍ଧି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ସହରବାସୀଙ୍କ ସହ ଆଲୋଚନା କରିଛନ୍ତି। ନୟାଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନା ବୈଠକରେ ମନ୍ତ୍ରୀ ସହରବାସୀଙ୍କୁ ନିର୍ଭୟ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ଦ୍ଧିତ ଟିକସ ଦେବା ସମ୍ଭବ ପର ନୁହେଁ । ଯଦି ବର୍ଦ୍ଧିତ ଦର ଲାଗୁ କରାଯାଏ, ତେବେ ବିଧାୟକ ଭାବେ ମୁଁ ଆପଣଙ୍କର ନେତୃତ୍ୱ ନେବି ବୋଲି ମନ୍ତ୍ରୀ ନିଜେ ସହରବାସୀଙ୍କୁ କହିଛନ୍ତି । ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପୁଣି ଏକ ବୈଠକ କରାଯାଇ ଏ ପ୍ରସଙ୍ଗରେ ଆଲୋଚନା କରାଯିବ। ଲୋକଙ୍କୁ ସୁହାଇବା ଭଳି ଟିକସ ଲାଗୁ ହେବ, ଆବଶ୍ୟକ ପଡ଼ିଲେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି ମନ୍ତ୍ରୀ ଡ଼ଃ. ସାହୁ କହିଛନ୍ତି । ଏହି ବୈଠକରେ ନୟାଗଡ଼ ପୌର ପରିଷଦର ୩ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ଯୋଗଦେଇ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତ ପୈାର କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts