କବିତା- ତୋ ଆଖି
ତୋର ସେଇ ନିରୀହ ଅଖିରେ ସାଇତିଛି, ମୋର ସବୁ ସପନ…
ଡର ଲାଗେ…
କାଳେ ଲାଗିଯିବ କାହା ନଜର..
ସେଇଥିପାଇଁ ତ ଭରିଦିଏ ସେଇ ଆଖି ଦୁଇଟିରେ କଜଳର ଗାର…
ସ୍ବପ୍ନ ସେତ ଏକ ଉଡନ୍ତା ରାଜହଂସୀ..
ଯାର ଭ୍ରମଣର ଆଦି ଅନ୍ତ ନାହିଁ…
କେବେ ସେ ମୟୁରୀର ଛନ୍ଦ ବାନ୍ଧି ଛମ୍ ଛମ ନାଚେ..
କେବେ ପୁଣି ସେ ବୀଣାର ଝଙ୍କାର ତୋଳି, ଜୀବନରେ ସାତ ସୁର ଭରେ…
ଏକାନ୍ତ ନିଜର ସ୍ବପ୍ନ ମାନଙ୍କ ଛାତିରେ ନୀତି ମୁଁ ଆଉଜି ହେଉଥାଏ….
ନାଲି, ନେଲି, ସବୁଜ… ରଙ୍ଗୀନ ସ୍ବପ୍ନ ମାନଙ୍କ ବଳୟ ଭିତରେ ଅନୁଭବ କରୁଥାଏ, ସ୍ପନ୍ଦିତ ହେଉଥିବା, ହୃଦୟର ଆହ୍ଵାନ….
ଯାହା ପ୍ରେରଣା ଦିଏ, ତୋ ଆଖିରେ ମୋ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ…
ଲେଖିକା -ଦେବସ୍ମିତା ପାଣି, ଛାୟା ପଥ ଲେନ୍, ନୟାଗଡ଼ ।