ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପବିତ୍ର ପୀଠ ମାଳିସାହି ଠାରେ ପାରମ୍ପରିକ ଭଞ୍ଜ ଜୟନ୍ତୀ ଉତ୍ସବର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଞ୍ଜ ଜୟନ୍ତୀ କିପରି ସଫଳତାର ସହିତ ସମ୍ପାଦକ କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯିବା ସହ ହାଇସ୍କୁଲ ସ୍ତରୀୟ ବକ୍ତ୍ରୁତା, ସଙ୍ଗୀତ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀ ଓ ମାଟ୍ରିକ ଜିଲ୍ଲା ଟପ୍ପରଙ୍କୁ ଭଞ୍ଜ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରାରମ୍ଭିକ ଭଞ୍ଜ ସଙ୍ଗୀତ ସହିତ ଓଡ଼ିଶାର ବିଶିଷ୍ଟ ସାହିତ୍ୟ ବିଶାରଦ ମାନେ ଏହି ସାରସ୍ବତ ସମାବେଶରେ ସମ୍ଭାଷଣ ରଖିବେ ବୋଲି ସଂପାଦକ ବିଶ୍ଵନାଥ ମହାପାତ୍ର ଜଣାଇଛନ୍ତି। ଉକ୍ତ ବୈଠକରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର କର୍ମକର୍ତ୍ତା ନିରଞ୍ଜନ ସାହୁ, ରାମଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ପ୍ରଧାନ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ତବିରୁନ ବିବି, ପ୍ରେମାନନ୍ଦ ପାଟଶାଣୀ, ଭାଗିରଥି ମହାରଣା,ବୁଦ୍ଧି ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଭଞ୍ଜପୀଠ ମାଳିସାହିରେ ୧୪ରେ ହେବ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ
