ବିଦ୍ୟାଳୟରେ ସଂସ୍କୃତ ଭାଷା ଆଲୋଚନା ଓ ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆ ପରିସରରେ ସଂସ୍କୃତ ଭାଷାର ମହତ୍ତ୍ୱ ଓ ଆମ ସଂସ୍କୃତିରେ ଏହାର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପୁରାତନ ସଂସ୍କୃତିରେ ସଂସ୍କୃତ ଭାଷାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। କାଳକ୍ରମେ ଅନ୍ୟାନ୍ୟ ଭାଷାର ପ୍ରଚଳନ ବୃଦ୍ଧି ପାଇଥିଲେ ମଧ୍ୟ ଆଜି ମଧ୍ୟ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ସଂସ୍କୃତ ଭାଷା ଓ ଶ୍ଳୋକର ବ୍ୟବହାର ଦେଖିବାକୁ ମିଳେ। ପୂଜାପାଠଠାରୁ ଆରମ୍ଭ କରି ବିବାହ ଓ ବିଭିନ୍ନ ଧାର୍ମିକ-ସାଂସ୍କୃତିକ ଅନୁଷ୍ଠାନରେ ସଂସ୍କୃତ ଶ୍ଳୋକର ଉଚ୍ଚାରଣର ବିଶେଷ ଗୁରୁତ୍ୱ ରହିଛି। ମହାଭାରତ, ରାମାୟଣ ସମେତ ଅନେକ ପ୍ରାଚୀନ ଓ ଉପାଦେୟ ଗ୍ରନ୍ଥର ମୂଳ ରଚନା ମଧ୍ୟ ସଂସ୍କୃତ ଭାଷାରେ ହୋଇଛି। ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ବିଦ୍ୟାଳୟରେ ସଂସ୍କୃତ ଭାଷା…

Read More

ନୟାଗଡ଼ରେ ୮ଶିକ୍ଷକଙ୍କୁ ରୋଟାରୀ ନେସନ ବିଲ୍ଡର ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ୮ ଜଣ ଶିକ୍ଷକଙ୍କୁ ‘ରୋଟାରୀ ନେସନ ବିଲ୍ଡର ଆୱାର୍ଡ’ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖରେ ରୋଟାରୀ କ୍ଲବ ଦ୍ବାରା ଚୟନ କରାଯାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଏନ୍‌ଏସିର ପୂର୍ବତନ ନଗରପାଳ ତଥା ରୋଟାରୀ କ୍ଲବ ନୟାଗଡ଼ର ପ୍ରତିଷ୍ଠାତା ସଭ୍ୟ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଏବଂ ରୋଟାରୀ ଲିଟେରାସି ମିଶନର ଚେୟାରପର୍ସନ ବସିରନ ବିବି ଉପସ୍ଥିତ ଥିଲେ। ରୋଟାରୀ କ୍ଲବର ସମ୍ପାଦକ ଦିଲ୍ଲୀପ ମିଶ୍ର ‘ନେସନ ବିଲ୍ଡର…

Read More