ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ନିମନ୍ତେ ରୋହିବାଙ୍କ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଭୂଦାନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଆଶାର ନୂଆ କିରଣ ସୃଷ୍ଟି ହୋଇଛି। ଆଜି ରୋହିବାଙ୍କ ଗ୍ରାମବାସୀ ଓ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ସହଯୋଗରେ ୩୦ରୁ ଅଧିକ ପୁରୁଷ ଓ ମହିଳା ଓଡ଼ଗାଁ ତହସିଲଦାର ଡଃ ମାନସ ରଞ୍ଜନ ଭୋଇଙ୍କୁ ଭେଟି ପ୍ରାୟ ୨.୪୭ ଏକର ସମେତ ମୋଟ ୯ ଏକରରୁ ଊର୍ଦ୍ଧ୍ୱ ଜମି ସମ୍ପର୍କିତ ନଥିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି, ରୋହିବାଙ୍କ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକ ଜମି ଥିଲେ ମଧ୍ୟ ଦୀର୍ଘଦିନ ଧରି ସାବକ ପଟ୍ଟା ଓ କବଲା ଆକାରରେ ରହିଥିବାରୁ ବିଦ୍ୟାଳୟ ନାମରେ ରେକର୍ଡ ହୋଇପାରିନଥିଲା। ଏନେଇ ରୋହିବାଙ୍କ…

Read More

ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭: ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ

ନୟାଗଡ଼, (ନୟାଗଡ଼ ଦର୍ପଣ):- ନୟାଗଡ଼ ଯୁବରାଜ ଯୁବ ସଂସଦ ସଭା କକ୍ଷରେ ମାଇ ଭାରତ, ନୟାଗଡ଼ ପକ୍ଷରୁ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତରେ ଆୟୋଜିତ କାର୍ଯ୍ୟକ୍ରମରେ ମାଇଭାରତ ନୟାଗଡର କାର୍ଯ୍ୟକ୍ରମ ଅଧିକାରୀ ଅଶୋକ କୁମାର ବେହେରା, ଯୁବ ସ୍ବେଛାସେବୀ ସୋମ୍ୟ ସୋୟମପ୍ରଭା, ସୋମେଶ ପଟ୍ଟନାୟକ, ବର୍ଷା ପ୍ରିୟଦର୍ଶିନୀ,, ଶୁଭସ୍ମିତା ମିଶ୍ର, ମମତା ବେହେରା, ସତ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଅତିଥି ମାନେ ସୂଚନା ଦେଇଥିଲେ ଯେ,ମାଇଭାରତ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା, ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ Viksit Bharat Young Leaders Dialogue (VBYLD)–2027 ଆୟୋଜିତ ହେଉଛି। କେନ୍ଦ୍ର…

Read More

ନୟାଗଡ଼ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ଜିନିଷ ଉପରେ ଜୋରଦାର ଚଢାଉ, ଦୋକାନୀ ଛାନିଆ

ନୟାଗଡ଼, (ନୟାଗଡ଼ ଦର୍ପଣ):- ନୟାଗଡ଼ ମ୍ୟୁନିସିପାଲ୍ ଟି ତରଫରୁ ନୟାଗଡ଼ ସହରର ବିଭିନ୍ନ ଦୋକାନ ଉପରେ ଆଜି ଜୋରଦାର ଚଢଉ କରାଯାଇ ପ୍ଲାଷ୍ଟିକ ଜିନିଷ ଓ ପଲିଥିନ ଜବତ ହେବା ସହିତ ୧୩,୪୦୦/- ଟଙ୍କା ଜରିମାନା ଆଦାୟ କରାଯାଇଛି । ନୟାଗଡ଼ ସହରରେ ଏପରି ଚଢଉ ଦେଖି ଦୋକାନୀମାନେ ଛାନିଆ ହୋଇପଡିଛନ୍ତି। ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀକରଣ ଦଳର ୧୦ ଜଣିଆ ଟିମ ଚଢଉରେ ସାମିଲ ହୋଇଛନ୍ତି  ।  ଆଜି ସନ୍ଧ୍ୟାସୁଦ୍ଧା ୧୯ କେ.ଜି. ପଲିଥିନ୍ ଓ କିଛି ପ୍ଲାଷ୍ଟିକ ସାମଗ୍ରୀ ଜବତ ହେବା ସହିତ ଜରିମାନା ଆଦାୟ ହୋଇଛି। ଖଣ୍ଡପଡା ରାସ୍ତା, ପି.ଟି.ଏସ୍. ଛକ ସହିତ ପ୍ରାୟ ୩୭ଟି ଦୋକାନ ଉପରେ ଚଢଉ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଚଢଉ ଟିମରେ ନାରାୟଣ…

Read More