ନୟାଗଡ଼, (ନୟାଗଡ଼ ଦର୍ପଣ):- ନୟାଗଡ଼ ମ୍ୟୁନିସିପାଲ୍ ଟି ତରଫରୁ ନୟାଗଡ଼ ସହରର ବିଭିନ୍ନ ଦୋକାନ ଉପରେ ଆଜି ଜୋରଦାର ଚଢଉ କରାଯାଇ ପ୍ଲାଷ୍ଟିକ ଜିନିଷ ଓ ପଲିଥିନ ଜବତ ହେବା ସହିତ ୧୩,୪୦୦/- ଟଙ୍କା ଜରିମାନା ଆଦାୟ କରାଯାଇଛି । ନୟାଗଡ଼ ସହରରେ ଏପରି ଚଢଉ ଦେଖି ଦୋକାନୀମାନେ ଛାନିଆ ହୋଇପଡିଛନ୍ତି। ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀକରଣ ଦଳର ୧୦ ଜଣିଆ ଟିମ ଚଢଉରେ ସାମିଲ ହୋଇଛନ୍ତି । ଆଜି ସନ୍ଧ୍ୟାସୁଦ୍ଧା ୧୯ କେ.ଜି. ପଲିଥିନ୍ ଓ କିଛି ପ୍ଲାଷ୍ଟିକ ସାମଗ୍ରୀ ଜବତ ହେବା ସହିତ ଜରିମାନା ଆଦାୟ ହୋଇଛି। ଖଣ୍ଡପଡା ରାସ୍ତା, ପି.ଟି.ଏସ୍. ଛକ ସହିତ ପ୍ରାୟ ୩୭ଟି ଦୋକାନ ଉପରେ ଚଢଉ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଚଢଉ ଟିମରେ ନାରାୟଣ…
Read More