ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନାକରି ମା’ ଦକ୍ଷିଣକାଳୀ ପୀଠରେ ସମୂହ ଦୀପଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ସମୟ ଯଥା ସର୍ବାଧିକ ୧୨ବର୍ଷ ଅର୍ଥାତ୍ ୪ହଜାର ୩୯୯ ଦିନ ଧରି ନିଜର ଦାୟିତ୍ୱ ତୁଲାଇ ଦେଶସେବାରେ ନିୟୋଜିତ ଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ନିରନ୍ତର ଜନସେବା କାମନା କରି ନୟାଗଡ଼ର ଆରାଧ୍ୟା ଦେବୀ ମା’ ଦକ୍ଷିଣକାଳୀଙ୍କ ପୀଠରେ ଏକ ଭକ୍ତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନୟାଗଡ଼ ପୌରାଞ୍ଚଳ ମଣ୍ଡଳ ପ୍ରତିନିଧି ରଞ୍ଜନ ରଶ୍ମି ଜେନାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ନେତା, କର୍ମକର୍ତ୍ତା ଓ ସମର୍ଥକମାନେ ଏକତ୍ରିତ ହୋଇ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ୱାସ୍ଥ୍ୟ କାମନାରେ ୧୦୦୦ରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇ ସମୂହ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।



ଏହି ଅବସରରେ ଉପସ୍ଥିତ ଭକ୍ତ ଓ କର୍ମକର୍ତ୍ତାମାନେ ଦେଶର ପ୍ରଗତି, ସୁଶାସନ, ସମୃଦ୍ଧି ଏବଂ ଦେଶବାସୀଙ୍କ ସୁଖ-ଶାନ୍ତି ପାଇଁ ମା’ ଦକ୍ଷିଣକାଳୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରିବେଶ ଭକ୍ତିମୟ ଓ ଆଧ୍ୟାତ୍ମିକ ଭାବନାରେ ଉଦ୍ବୁଦ୍ଧ ହୋଇଉଠିଥିଲା।

କାର୍ଯ୍ୟକ୍ରମରେ ଭାଜପାର ବହୁ କର୍ମକର୍ତ୍ତା, ସମର୍ଥକ, ଶ୍ରଦ୍ଧାଳୁ ଏବଂ ସାଧାରଣ ଜନତା ଉପସ୍ଥିତ ରହି ସମୂହ ଦୀପଦାନରେ ସାମିଲ ହୋଇଥିଲେ। ସମସ୍ତେ ମିଳି ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜନସେବାମୟ ଜୀବନ ପାଇଁ ମଙ୍ଗଳ କାମନା କରିଥିଲେ।

Related posts