ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ଆସନ୍ତା ୨୫ ତାରିଖ ସୋମବାର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜୁ ଜନତା ଦଳ । ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରାଜ୍ୟ ସରକାରଙ୍କ ଅପରଗତା ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିଜୁଳି କାଟ ହେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଏବେ ପରିସ୍ଥିତି ଭୟଙ୍କର ସମୟରେ ବିଭିନ୍ନ ଆଳ ଦେଖାଉଥିବା ଅଭିଯୋଗ କରିଛନ୍ତି । ସାଧାରଣ ଲୋକ, ରୋଗୀ ଓ ଛାତ୍ରଛାତ୍ରୀମାନେ ବିଦ୍ୟୁତ୍ ବିଭ୍ରାଟ କାରଣରୁ ନାହିଁ ନଥିବା ହଇରାଣ ହେଉଛନ୍ତି । ଭାରପ୍ରାପ୍ତ ଟାଟା ପାୱାର ଯେଭଳି ଖାମଖିଆଲି ଢଙ୍ଗରେ ବିଜୁଳି ଶକ୍ତି ପରିଚାଳନା କରି ଲକ୍ଷ ଲକ୍ଷ…
Read MoreDay: May 23, 2026
‘ତୃତୀୟ ନୟନ’ର ନାଟକ ସମୀକ୍ଷା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଦର୍ପଣ ପରିସରରେ ‘ତୃତୀୟ ନୟନ’ର ଅଭିନୀତ ନାଟକ ‘ବିଚାର ପଥର’ର ସମୀକ୍ଷା ବୈଠକ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚ ନାଟକକୁ ଅଧିକ ଲୋକାଭିମୁଖୀ ତଥା ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସଂପାଦକ ବିଶ୍ଵନାଥ ମହାପାତ୍ର ନାଟକର ସଫଳତା ପାଇଁ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ନିୟମିତ ବୈଠକ କରି ନୟାଗଡ଼ ନାଟ୍ୟ ଆନ୍ଦୋଳନକୁ ସମୃଦ୍ଧ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ନାଟ୍ୟଭୂଷଣ ଡ ବିଜୟ କୁମାର ଚୌଧୁରୀ, ନିର୍ଦ୍ଦେଶକ ଗଦାଧର ନନ୍ଦ, ଡ. ଆଶୁତୋଷ ମିଶ୍ର, ନିରଞ୍ଜନ ନାୟକ, ପ୍ରଦୀପ୍ତ ରଥ, ମିଷ୍ଟର କାଳିଆ, ପ୍ରତାପ ସାହୁ, ନୀଳିମା ନନ୍ଦ, ଦେବେନ୍ଦ୍ର ପରମଗୁରୁ, ଗୋଦାବରୀ ବସନ୍ତିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ବାସୁଦେବ ମିଶ୍ର,…
Read More