ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଆଜି ଅବସର ଗ୍ରହଣ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଡେପୁଟି କଲ୍ଲେକ୍ଟର ତପସ୍ୱିନୀ ହାସଁଦା ଏବଂ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତି ଆଚାର୍ଯ୍ୟ ନୟାଗଡ଼ରେ ଦୀର୍ଘ ଏକ ବର୍ଷ କାଳ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକରି ଲୋକପ୍ରିୟ ହୋଇପାରିଥିଲେ।
Read MoreMonth: May 2026
ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ପିଲାଙ୍କ ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ସଚେତନତା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ତମାଖୁ ଯାହାକି ଶରୀରକୁ କ୍ଷତି କରିବ, ପରିବାରରୁ ସ୍ୱାମୀ ସ୍ତ୍ରୀକୁ ଅଲଗା କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା ଶେଷରେ ପରିବାରର ଆର୍ଥିକ ମାନଦଣ୍ଡକୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେବାରେ ସିଦ୍ଧ ହସ୍ତ ହେଉଛି । କିଶୋର କିଶୋରୀମାନଙ୍କୁ ସଚେତନ କରାଇ ନିଜ ପରିବାର ପରେ ସମାଜକୁ ବାର୍ତ୍ତା ଦେବାକୁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜନ ଦିବସ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନିର୍ଦେଶକ୍ରମେ ପ୍ରକୃତିବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ତମାଖୁ ସେବନର ଭୟାବହତା ସାଙ୍ଗକୁ ବ୍ରେନଷ୍ଟ୍ରୋକ, ଫୁସଫୁସ କ୍ୟାନସର, ବୃକକ ଏପରିକି ଏହି ଧୂଆଁ ଯେଉଁ ପଥ ଦେଇ ଯାଉଛି ସେହିବାଟେ ନିକୋଟିନର ପରିମାଣ ବୃଦ୍ଧି…
Read Moreରଣପୁର ବ୍ଲକରେ ଆଜିଠାରୁ ଆରମ୍ଭ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ
ରଣପୁର,(ନୟାଗଡ଼ ଦର୍ପଣ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଆଜିଠାରୁ ରଣପୁର ବ୍ଲକରେ ଆରମ୍ଭ ହୋଇଛି। ଏହି ଅଭିଯାନ ୩୦ ମଇ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନୀ ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ଅଦ୍ୟତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୬୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୧୬ ଜଣ ବି.ଏଲ.ଓ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି। ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରମାନଙ୍କ ସୂଚନା ସଂଗ୍ରହ, ଯାଞ୍ଚ ଏବଂ ପରିଶୋଧନ କାର୍ଯ୍ୟ ସମ୍ପାଦନ କରିବେ। ଏହି ଅଭିଯାନରେ ପ୍ରତ୍ୟେକ ପରିବାରକୁ ପରିଗଣନା ଫର୍ମ ପ୍ରଦାନ କରାଯିବ। ଭୋଟରମାନେ ଏହି ଫର୍ମ ପୂରଣ କରି ବୁଥ୍ ସ୍ତରୀୟ…
Read Moreଅନାସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, ଉପ ଜିଲ୍ଲାପାଳଙ୍କୁ ଘେରିଲେ ଜନପ୍ରତିନିଧି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଗତ ୧୮ ତାରିଖ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅନାସ୍ଥା ପ୍ରକିୟା ଆରମ୍ଭ ହୋଇନାହିଁ । ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବରେ ରହିଥିବା ଦସ୍ତଖତ ଯାଞ୍ଚ କରିବାକୁ ପଠାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଅନେକ ଜନପ୍ରତିନିଧି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଘେରାଉ କରିଛନ୍ତି । ଏକ ବୈଠକରେ ଉପଜିଲ୍ଲାପାଳ ବସିଥିବା ଦେଖି ସମସ୍ତ ନିର୍ବାଚିତ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ବସି ରହିଥିଲେ । ବୈଠକରୁ ଉପଜିଲ୍ଲାପାଳ ବାହାରିବା ପରେ ପ୍ରଶ୍ନବାଣରେ ତାଙ୍କୁ ଛନ୍ଦିଥିଲେ ।…
Read Moreକଂଗ୍ରେସ ପକ୍ଷରୁ ଟାଟାପାୱାର ଡିଭିଜନ ଆଗରେ ବିକ୍ଷୋଭ, ଟମାଟୋ ମାଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାବ୍ୟାପି ଟାଟାପାୱାର କମ୍ପାନୀ ଅଘୋଷିତ ବିଦ୍ୟୁତ କାଟ କରି ଗ୍ରାହକ ଶୋଷଣ ନୀତି ବନ୍ଦ ଦବୀରେ ଜିଲ୍ଲା କଂଗ୍ରେସ କମିଟି ଏବଂ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ନୟାଗଡ଼ ଟାଟାପାୱାର ମୁଖ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ କରି ଲୋକଙ୍କୁ କଲବଲ କରି ଟାଟାପାୱାର, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରିସାରିଲାଣି ତେଣୁ ଉପୋଭୋକ୍ତାଙ୍କୁ ସର୍ବନିମ୍ନ, ନିରନ୍ତର ବିଦ୍ୟୁତ ସେବା ଯୋଗାଇବାରେ ବିଫଳତା ପାଇଁ ଟାଟାପାୱାର ଚୁକ୍ତି ସର୍ତ୍ତlବଳୀ ଖିଲାପ ହୋଇଥିବାରୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସହିତ କରିଥିବା ଚୁକ୍ତି ସର୍ତ୍ତବଳୀ ଉଲ୍ଲଙ୍ଘନ କରି ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବିଦ୍ୟୁତ ଉପୋଭୋକ୍ତାଙ୍କୁ ଲାଇନ କାଟିକାଟି ଅଣାୟତ୍ତ କରିସାରିଲେଣି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ। ତେଣୁ ଟାଟାପାୱାର ଏଗ୍ରିମେଣ୍ଟ ବାତିଲ କରାଯାଉ ବୋଲି…
Read Moreରାଇପଡା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ଼ମେମ୍ବରଙ୍କ ସମେତ ବରିଷ୍ଠ କଂଗ୍ରେସ, କମ୍ୟୁନିଷ୍ଟ ଓ ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି
ରଣପୁର, (ନୟାଗଡ଼ ଦର୍ପଣ): ରାଇପଡା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି, ଏହି ମିଶ୍ରଣ ପର୍ବରେ ରାଇପଡା ଗ୍ରାମ ପଞ୍ଚାୟତ ର କଂଗ୍ରେସ, କମ୍ୟୁନିଷ୍ଟ, ବିଜେଡି ର ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ରାଇପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବାସନ୍ତୀ ଦେଇ, ନାଏବ ସରପଞ୍ଚ ଛନ୍ଦ୍ରମଣି ପ୍ରଧାନ,୮ ନଂ ୱାର୍ଡ ମେମ୍ବର ହଜାରି ଜେନା,୯ ନଂ ୱାର୍ଡ ମେମ୍ବର ସୁକାନ୍ତ ଜେନା,୧୧ ନଂ ୱାର୍ଡ ମେମ୍ବର ଚୈତନ୍ୟ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଦାସ, ରାଇପଡା ଗ୍ରାମ ର ସୁଧାକର ପାଇକରାୟ, ପୂର୍ଣ୍ଣଚନ୍ଦ୍ର ମାଝୀ,ଅକ୍ରୁର ମାଝୀ, ପ୍ରଦୀପ ପ୍ରଧାନ, ଧନୁ ବେହେରା, ଭଗବାନ ସାହୁ, କପିଳ ସାମନ୍ତରାୟ, ସୋମନାଥ ପ୍ରଧାନ, ରମାକାନ୍ତ ଜେନା, ଗୁଣନିଧି ପ୍ରଧାନ, ଲିଙ୍ଗରାଜ…
Read MoreSIR ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କଲେ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ Special Intensive Revision (S. I. R) ଉପରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। SIR ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ବଚ୍ଛ ଓ ଅଦ୍ୟତନ କରିବା । ଏଥିପାଇଁ ୩୦ ମଇ ୨୦୨୬ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ BLOମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଭୋଟର ମାନେ ଏହି ଦୁଇଟି ଫର୍ମ ସଠିକ ଭାବେ ପୂରଣ କରିବେ ଓ ଗୋଟିଏ କପି ନିଜ ପାଖରେ ପ୍ରମାଣ ପାଇଁ ରଖିବେ ଏବଂ ଅନ୍ୟ କପିଟି BLO ସଂଗ୍ରହ କରିବେ । ତେଣୁ ସମସ୍ତ ଭୋଟରମାନେ BLOଙ୍କୁ ସହଯୋଗ କରନ୍ତୁ ଓ ସଠିକ…
Read Moreଇଡି ଆକ୍ରୋଶ ବିରୁଦ୍ଧରେ ନୟାଗଡ଼ରେ ସିପିଆଇଏମର ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜନୈତିକ ଦାଉ ସାଧିବା ଲାଗି କେରଳର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଉପରେ କେନ୍ଦ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଦି ଓ ଶାହାଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଏବଂ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଯେଭଳି ବର୍ବରୋଚିତ ଚଢାଉ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ ବକ୍ତାମାନେ ପ୍ରକାଶ କରିଛନ୍ତି । ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜମେଶ୍ୱର ସାମନ୍ତରାୟ କେନ୍ଦ୍ର ସରକାରର ଏହି ସ୍ଵୈରତାନ୍ତ୍ରିକ ଆକ୍ରୋଶମୂଳକ ଦମନ ନୀତିକୁ କଟୁ ସମାଲୋଚନା କରି କହିଥିଲେ ଯେ ଶିକ୍ଷା, ସ୍ଵାସ୍ଥ୍ୟ, ଦାରିଦ୍ର୍ୟ ବିମୋଚନ, କର୍ମ ନିଯୁକ୍ତି, ସାଧୁତା, ସାଂପ୍ରଦାୟିକ ସଦ୍ଭାବ ରକ୍ଷାରେ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିଥିବା ଦୀର୍ଘ କାଳର କମ୍ୟୁନିଷ୍ଟ…
Read Moreନିଷ୍ଠା ଓ ତ୍ୟାଗର ପର୍ବ ଇଦୁଜ୍ ଜୁହା ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ମହାପୁରୁଷ ଇବ୍ରାହିମଙ୍କ ତ୍ୟାଗ ଓ ଈଶ୍ୱରଙ୍କ ନିକଟରେ ସମର୍ପଣ ଭାବକୁ ମନେ ପକାଇବା ପାଇଁ ଇସଲାମ ଧର୍ମର ଅନ୍ୟତମ ବଳିଦାନର ପର୍ବ ଇଦୁଜ୍ ଜୁହା ସିନ୍ଦୁରିଆର ଇଦ୍-ଗାହ୍ ଠାରେ ପାଳନ ହୋଇଯାଇଛି। ଆଜିର ଏହି ଜିଲ୍ଲାସ୍ତରୀୟ ଇଦ ପର୍ବରେ ସିନ୍ଦୁରିଆ ତଥା ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଇଦ୍-ଗାହ୍ ଠାରେ ଉପସ୍ଥିତ ହୋଇ ଵିଶିଷ୍ଟ ଧର୍ମଗୁରୁ ଜଲାଲୁଦ୍ଦିନ୍ ମିଫତାହିଙ୍କ ଇମାମତରେ ନମାଜ୍ ପାଠ କରିବା ସହିତ ମହାପୁରୁଷ ଇବ୍ରାହିମ୍ ଙ୍କ ଈଶ୍ୱର ଭକ୍ତି ଉପରେ ଦୀକ୍ଷାନ୍ତ ଭାଷଣ ଶୁଣିଥିଲେ l ଏକଦା ମହାପୁରୁଷ ଇବ୍ରାହିମ ଆଲେଇହିସ୍ସଲାମ୍ ଅପୁତ୍ରିକ ଥିଲେ l ଆଲ୍ଲାଙ୍କ କୃପାରୁ ଅଶି ବର୍ଷ ବୟସରେ ସେ ଏକ ପୁତ୍ର ସନ୍ତାନର ବାପ ହେଲେ l ମକ୍କାର ମରୁଭୂମିରେ ଇବ୍ରାହିମ୍ ଙ୍କ ଔରସରୁ ମାତା ହାଜରା ଯେଉଁ ପୁତ୍ର ସନ୍ତାନ ଜନ୍ମଦେଲେ…
Read Moreରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା), କଟକର ୩୨ ତମ ରାଜ୍ୟସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଆସନ୍ତା ୫ ଓ ୬ ତାରିଖ ଦୁଇଦିନ ଧରି ‘ପଠାଣି ସାମନ୍ତ ସଂସ୍କୃତି ଭବନ’ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧ ହଜାରରୁ ୧୨ଶହ ଶିକ୍ଷକ ପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବିଶାଳ କାର୍ଯ୍ୟକ୍ରମର ସଫଳତା ନେଇ ଏହାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ରାଜ୍ୟସଂଘ ସଭାପତି ବିକ୍ରମ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥିଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ଓଷ୍ଟା ରାଜ୍ୟ…
Read More