ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ Special Intensive Revision (S. I. R) ଉପରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। SIR ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ବଚ୍ଛ ଓ ଅଦ୍ୟତନ କରିବା । ଏଥିପାଇଁ ୩୦ ମଇ ୨୦୨୬ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ BLOମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଭୋଟର ମାନେ ଏହି ଦୁଇଟି ଫର୍ମ ସଠିକ ଭାବେ ପୂରଣ କରିବେ ଓ ଗୋଟିଏ କପି ନିଜ ପାଖରେ ପ୍ରମାଣ ପାଇଁ ରଖିବେ ଏବଂ ଅନ୍ୟ କପିଟି BLO ସଂଗ୍ରହ କରିବେ । ତେଣୁ ସମସ୍ତ ଭୋଟରମାନେ BLOଙ୍କୁ ସହଯୋଗ କରନ୍ତୁ ଓ ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସମସ୍ତ ଫର୍ମ ସଂଗ୍ରହ କରି ସାରିବା ପରେ ଖସଡା ନିର୍ବାଚନୀ ତାଲିକା (Draft Electoral Roll) ପ୍ରସ୍ତୁତ କରାଯାଇ ପ୍ରତି ବୁଥ, AERO/ ERO ଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ତା ୦୫ . ୦୭ . ୨୦୨୬ ରିଖରେ ପ୍ରକାଶନ କରାଯିବ । ସମସ୍ତ ଭୋଟରଙ୍କୁ ଅନୁରୋଧ ସେମାନେ ନିଜ ନିଜ ନାମ ନିର୍ବାଚନୀ ତାଲିକାରେ ଯାଞ୍ଚ କରିବେ ଓ ତ୍ରୁଟି ଥିଲେ ତା ୦୫ . ୦୭ . ୨୦୨୬ ରିଖ ଠାରୁ ତା ୦୪. ୦୮. ୨୦୨୬ ରିଖ ମଧ୍ଯରେ ଦାବୀ ଓ ଆପତ୍ତି BLO /AERO/ERO ଙ୍କ ନିକଟରେ ଦାଖଲ କରିବେ । ତା ୦୫. ୦୭ . ୨୦୨୬ ରିଖ ଠାରୁ ତା ୦୨. ୦୯. ୨୦୨୬ ରିଖ ମଧ୍ଯରେ ERO/AERO ନୋଟିସ ଦେଇ ଦାବୀ ଓ ଆପତ୍ତିର ଶୁଣାଣି କରିବେ । ତା ୦୬. ୦୯. ୨୦୨୬ ରିଖରେ ଅନ୍ତିମ ନିର୍ବାଚନୀ ତାଲିକା ପ୍ରକାଶନ କରାଯିବ I ତେଣୁ ନୟାଗଡ ଜିଲ୍ଲାର ସମସ୍ତ ଭୋଟରମାନଙ୍କୁ ଅନୁରୋଧ ସମସ୍ତେ Booth Level Officer (BLO), Booth Level Agent (BLA), ଭଲ୍ୟୁଣ୍ଟିୟର ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ, ସଠିକ ତଥ୍ୟ ଦିଅନ୍ତୁ ଏବଂ ଖସଡା ନିର୍ବାଚନୀ ତାଲିକା (Draft Electoral Roll)କୁ ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବୀ ଓ ଆପତ୍ତି ଦାଖଲ କରି ସଠିକ୍, ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବାରେ ସହଯୋଗ କରନ୍ତୁ । ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଜୟାନନ୍ଦ ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଡେପୁଟି କଲେକ୍ଟର(ନିର୍ବାଚନ )ଶିବାନୀ ରାଉତ, ଡେପୁଟି କଲେକ୍ଟର ତପସ୍ୱିନୀ ହାଁସଦା, ନୋଡାଲ ଅଫିସର ପ୍ରିଣ୍ଟ ଇଲେକ୍ଟ୍ରୋନିକ୍ସ ମେଡ଼ିଆ , ଡେପୁଟି କଲେକ୍ଟର ସନ୍ତୋଷ କୁମାର ଜେନା, ନୋଡାଲ ଅଫିସର SVEEP, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସାମ୍ବାଦିକମାନେ ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
SIR ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କଲେ ଜିଲ୍ଲାପାଳ
