ରଣପୁର, (ନୟାଗଡ଼ ଦର୍ପଣ): ରାଇପଡା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି, ଏହି ମିଶ୍ରଣ ପର୍ବରେ ରାଇପଡା ଗ୍ରାମ ପଞ୍ଚାୟତ ର କଂଗ୍ରେସ, କମ୍ୟୁନିଷ୍ଟ, ବିଜେଡି ର ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ରାଇପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବାସନ୍ତୀ ଦେଇ, ନାଏବ ସରପଞ୍ଚ ଛନ୍ଦ୍ରମଣି ପ୍ରଧାନ,୮ ନଂ ୱାର୍ଡ ମେମ୍ବର ହଜାରି ଜେନା,୯ ନଂ ୱାର୍ଡ ମେମ୍ବର ସୁକାନ୍ତ ଜେନା,୧୧ ନଂ ୱାର୍ଡ ମେମ୍ବର ଚୈତନ୍ୟ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଦାସ, ରାଇପଡା ଗ୍ରାମ ର ସୁଧାକର ପାଇକରାୟ, ପୂର୍ଣ୍ଣଚନ୍ଦ୍ର ମାଝୀ,ଅକ୍ରୁର ମାଝୀ, ପ୍ରଦୀପ ପ୍ରଧାନ, ଧନୁ ବେହେରା, ଭଗବାନ ସାହୁ, କପିଳ ସାମନ୍ତରାୟ, ସୋମନାଥ ପ୍ରଧାନ, ରମାକାନ୍ତ ଜେନା, ଗୁଣନିଧି ପ୍ରଧାନ, ଲିଙ୍ଗରାଜ ବେହେରା, ସୁନୀଲ ସାହୁ, ଗୋପାଳି ସାମନ୍ତରାୟ, ବ୍ରଜବନ୍ଧୁ ଭଟ୍ଟ, କୃଷ୍ଣଚନ୍ଦ୍ର ଭଟ୍ଟ, ନବକିଶୋର ଭଟ୍ଟ, ଅଶୋକ କୁମାର ଭଟ୍ଟ, ନିରଞ୍ଜନ ଭଟ୍ଟ, ରତ୍ନାକର ଭଟ୍ଟ, ରାଣିଗାଡିଆ ଗ୍ରାମ ର ଅର୍ଜୁନ ଭୂଜୁବଳ, ଗଦାଧର ଜେନା, ଲିଙ୍ଗରାଜ ମହାରଣା,ବରପଲ୍ଲି ଗ୍ରାମର କୈଳାସ ଚନ୍ଦ୍ର ସାହୁ, ସର୍ବେଶ୍ୱର ଦାସ, ରଙ୍କନାଥ ଦାସ, ବଳଭଦ୍ର ସାହୁ, ରବିନ୍ଦ୍ର କୁମାର ମାଝୀ, ରଞ୍ଜନ ନାୟକ, ସୁଦର ନାୟକ, ରମେଶ ମାଝୀ, ଗୋପାଳ ଦାସ, ବଳରାମପୁର ର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁବାଷ ଚନ୍ଦ୍ର ସାହୁ, କୁମର ପରିଡା, ପ୍ରଫୁଲ୍ଲ ସିଂହ ଓ ଅର୍ଜୁନପୁର ଗ୍ରାମ ର ସଦା ନାୟକ, ଲକ୍ଷ୍ମୀଧର ନାୟକ, କୈଳାସ ବେହେରା, ଜମ୍ବେଶ୍ୱର ବେହେରା, ଭରତ ପ୍ରଧାନ, କିଆପଲ୍ଲା ର ଲୋଚନ ଦିହୁଡି, ଗଣେଶ ନାୟକ, ସନ୍ତୋଷ ନାୟକ, ବିନୟ ଦିହୁଡ଼ି ଙ୍କ ସହିତ ଶତାଧିକ କଂଗ୍ରେସ, କମ୍ୟୁନିଷ୍ଟ ଓ ବିଜେଡ଼ି ନେତା ଓ କର୍ମୀ ତାଙ୍କ ଦଳ ଛାଡ଼ି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକପ୍ରିୟ ନେତ୍ରୀ ଆମର ବିଧାୟିକା ସୁରମା ପାଢ଼ୀ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ବିପିନ ପାଢ଼ୀ, ସୁବର୍ଣ୍ଣ ସିଂ,ଅଭିଷେକ ସାମନ୍ତରାୟ,ଗଣେଶ୍ୱର ମାନ୍ଧାତା,ବେଣୁଧର ରଣା, ସନ୍ତୋଷ ଦାସ, ଚିତ୍ତରଞ୍ଜନ ଦାସ ,ରାଇପଡା ପଞ୍ଚାୟତ ସଭାପତି ସତ୍ୟବାନ ପରିଡା,ଙ୍କ ଉପସ୍ଥିତ ରେ ଚାନ୍ଦପୁର ଗ୍ରାମପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ବିଜେପି ରେ ଯୋଗଦାନ କରିଛନ୍ତି ।ଏମାନେ ସମସ୍ତେ ବିଜେପି ରେ ଯୋଗଦାନ ପରେ ରାଇପଡା ଗ୍ରା:ପ: ର ବିଜେପି ସଂଗଠନ ମଜବୁତ ହେବ ବୋଲି ବିପିନ ପାଢ଼ୀ, ସନ୍ତୋଷ ଦାସ, ଚିତ୍ତରଞ୍ଜନ ଦାସ,ସତ୍ୟବାନ ପରିଡା ମତବ୍ୟକ୍ତ କରିଛନ୍ତି ।ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଦଳ ତାର ନିର୍ବାଚନ ପାଇଁ ରଣନୀତି ଓ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି ।ଏହିଭଳି ଭାବେ ଅନ୍ୟ ପଞ୍ଚାୟତରେ ମଧ୍ଯ ଆଗକୁ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ କରାଯିବ ବୋଲି ବରିଷ୍ଠ ନେତା ବିପିନ ପାଢ଼ୀ କହିଛନ୍ତି ।
