ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଚାହାଳିସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଏକ ୱାଟର ପ୍ୟୁରିଫାୟର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରଞ୍ଜନ ଦାଶଙ୍କ ଠାରୁ ବିଦ୍ୟାଳୟରେ ଏକ ୱାଟର ପ୍ୟୁରିଫାୟରର ଆବଶ୍ୟକତା ସମ୍ପର୍କରେ ଜାଣିବା ପରେ ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା।

ଆଜି ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ରୋଟାରୀ କ୍ଲବ୍ ନୟାଗଡ଼ର ସଭାପତି ବାସୁଦେବ ସାହୁ, ଉପସଭାପତି ଜି. ରଶ୍ମିରାଜ ଏବଂ ସମ୍ପାଦକ ଦିଲ୍ଲୀପ ମିଶ୍ର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୱାଟର ପ୍ୟୁରିଫାୟରଟି ହସ୍ତାନ୍ତର କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦିଗରେ ରୋଟାରୀ କ୍ଲବ୍ ନୟାଗଡ଼ର ଏହି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି।

Related posts