ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୂଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରୁ ଶତାଧିକ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ତଥା ଲୋକର୍ପଣ କାର୍ଯ୍ୟ ସମାପନ ହୋଇଛି । ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି…

Read More

ନାଟକ ମହୋତ୍ସବର ୫ମ ସଂଧ୍ୟା: ଦର୍ଶକଙ୍କୁ ବାନ୍ଧି ରଖିଲା ‘ଔରଙ୍ଗଜେବ’

ନୟାଗଡ଼,(ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ଲୋକପ୍ରିୟ ସାମାଜିକ୍ ନାଟକ ‘ଔରଙ୍ଗଜେବ୍‌’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଡ.ପ୍ରଦୀପ ଭୌମିକ୍ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ । ସୂତ୍ରଧର ନାଟ୍ୟ ଅନୁଷ୍ଠାନ ଖୋର୍ଦ୍ଧା ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ଜିତେନ୍ଦ୍ର ପଟ୍ଟନାୟକ ଯୋଗଦାନ କରିଥିଲେ । ଇତିହାସରେ ଔରଙ୍ଗଜେବ ଯେପରି ନିଜ ସ୍ୱାର୍ଥ ଏବଂ କ୍ଷମତା ଲୋଭ ପାଇଁ ନିଜର ବାପା ଭାଈଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ ଆଜିର ସ୍ୱାର୍ଥ…

Read More

ନାଟକ ମହୋତ୍ସବର ୩ୟ ସଂଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଲା ଚର୍ଚ୍ଚିତ ନାଟକ ‘ସାଉଁଟା କଇଁ’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୩ୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର ନାଟକ ‘ସାଉଁଟା କଇଁ’ । ବୁଧବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟବ୍ରତ ଦାଶ । ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁର ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର, ନାଟ୍ୟ ଦିଗଦର୍ଶକ ରାଜୁ ପାଢ଼ୀଙ୍କ ସମେତ ନାଟ୍ୟଧାରା ପରିବାରର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର,…

Read More

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ‘ଭିନ୍ନ ଏକ ଗଳ୍ପ’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟାଧାରା ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟ ଛୁଇଁଥିଲା ଲୋକପ୍ରିୟ ନାଟକ ‘ଭିନ୍ନ ଏକ ଗଳ୍ପ’ । ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ନବୀନ ପରିଡ଼ାଙ୍କ ନିର୍ଦ୍ଦେଶିତ ନାଟକ ଭୁବନେଶ୍ୱରସ୍ଥ ନାଟ୍ୟସଂସ୍ଥା ନବୀନ ବର୍ଣାଳି ଦ୍ୱାରା ପରିବେଷିତ ହୋଇଥିଲା। ଯେତେବେଳେ ସମାଜରେ ବିଶୃଙ୍ଖଳା ତଥା ଅଧପତନ ସୃଷ୍ଟି ହୁଏ ସେତେବେଳେ ସାହିତ୍ୟିକ ମାନେ ନାଟକ ଏବଂ ଗଳ୍ପ ମାଧ୍ୟମରେ ସମାଜ ସଂସ୍କାର ପାଇଁ ପ୍ରୟାସ କରିଥାନ୍ତି। ଏହିପରି ଏକ ବିଷୟ ବସ୍ତୁକୁ ନେଇ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏହି ଭିନ୍ନ ଧର୍ମୀ ନାଟକକୁ ଅଡିଟୋରିୟମର ଭରପୂର ଦର୍ଶକ ବେଶ ଉପଭୋଗ କରିଥିଲେ। ଆଜିର ଏହି ନାଟକକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ,…

Read More

ଆରମ୍ଭ ହେଲା ନୟାଗଡ଼ରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ପ୍ରଥମ ଦିନର ନାଟକ ‘କୁଆଁ କୁଆଁ’ ଦର୍ଶକଙ୍କ ମନ ମୋହିଲା ନୟାଗଡ଼,(ନୟାଗଡ଼ ଦର୍ପଣ): ‘କୁଆଁ କୁଆଁ’ ରୁ ଆରମ୍ଭ ହେଲା ନାଟ୍ୟଧାରାର ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଦୀର୍ଘ ୮ଦିନ ଧରି ହେବାକୁ ଥିବା ଏହି ନାଟକ ମହୋତ୍ସବର ପ୍ରଥମ ଦିବସରେ ନାଟ୍ୟଚେତନା ନାଟ୍ୟ ଅନୁଷ୍ଠାନ,ଖୋର୍ଦ୍ଧା ପକ୍ଷରୁ ପରିବେଷିତ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ କୁଆଁ କୁଆଁ ମଞ୍ଚସ୍ଥ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ଜିଲ୍ଲାର ଅଗ୍ରଣୀ ନାଟ୍ୟନୁଷ୍ଠାନ ‘ନାଟ୍ୟାଧାରା’ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ଼ଃ ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ନାଟ୍ୟ ମହୋତ୍ସବର…

Read More

ନୟାଗଡ ଜିଲ୍ଲା଼ରେ ଅନ୍ତିମ ଦିନର ଭୋଟ ଗଣତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଅନ୍ତିମ ଦିବସରେ ବିଭିନ୍ନ ବ୍ଲକରେ ବିଭିନ୍ନ ଜୋନ୍‌ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ôଥନୀ ଚିନ୍ମୟୀ ଦାଶ ବିଜେପି ପ୍ରାର୍ôଥନୀ କୁମାରୀ ପାତ୍ରଙ୍କ ଠାରୁ ପ୍ରାୟ ୧୧୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ôଥନୀ ସଂଜୁକ୍ତା ପଢ଼ିଆରୀ ବିଜେପି ପ୍ରାର୍ôଥନୀ ପ୍ରତିମା ପ୍ରଧାନଙ୍କ ଠାରୁ ପ୍ରାୟ ୭୦୦ ଭୋଟରେ ଆଗୁଆ ଅଛନ୍ତି । ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଖଣ୍ଡପଡ଼ା ବ୍ଲକ) ବିଜେଡି ପ୍ରାର୍ôଥନୀ ବିଷ୍ନୁପ୍ରିୟା ବେହେରା ବିଜେପି ପ୍ରାର୍ôଥନୀ ଜୟଶ୍ରୀ ବେହେରାଙ୍କ ଠାରୁ ପ୍ରାୟ ୧୦୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୧୧ନମ୍ବର…

Read More

ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ଅବନିକାନ୍ତ ସାହୁ ଅବସର ଗ୍ରହଣ କରିଛନ୍ତି । ସେହିପରି ଜିଲ୍ଲାପାଳଙ୍କ ଯାନଚାଳକ ଶ୍ରୀ ବୃନ୍ଦାବନ ବଳବନ୍ତରାୟ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଏକ ଅବସରକାଳୀନ ସଭା ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ଏବଂ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଉଭୟଙ୍କ ଅବସରକାଳୀନ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ । ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

Read More

ନୟାଗଡ ଜିଲ୍ଲା଼ରେ ଦ୍ୱିତୀୟ ଦିନର ଭୋଟ ଗଣତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଦ୍ୱିତୀୟ ଦିବସରେ ବିଭିନ୍ନ ବ୍ଲକରେ ବିଭିନ୍ନ ଜୋନ୍‌ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ଥୀନୀ ବିରଜାଲକ୍ଷ୍ମୀ ସାହୁ ବିଜେପି ପ୍ରାର୍ଥୀନୀ ସବିତା କରଙ୍କ ଠାରୁ ପ୍ରାୟ ୫୨୦୦ ଭୋଟରେ ଆଗୁଆ ଅଛନ୍ତି । ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଖଣ୍ଡପଡ଼ା ବ୍ଲକ) ସ୍ୱାଧୀନ ପ୍ରାର୍ଥୀନୀ ଉଜ୍ୱଳ ମହାରଣା ବିଜେଡି ପ୍ରାର୍ଥୀନୀ କବିତା ରାଉତଙ୍କ ଠାରୁ ପ୍ରାୟ ୧୬୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୧୦ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର(ଦଶପଲ୍ଲା ବ୍ଲକ) ବିଜେଡି ପ୍ରାର୍ଥୀନୀ ସତ୍ୟଭାମା ନାୟକ ବିଜେପି ପ୍ରାର୍ଥୀନୀ ଶ୍ରୀ ସଂଜିତା କୁମାରୀ ନାୟକଙ୍କ ଠାରୁ ପ୍ରାୟ ୨୯୦୦ ଭୋଟରେ ଆଗୁଆ ଅଛନ୍ତି। ୧୩ନମ୍ବର ଜିଲ୍ଲା ପରିଷଦ…

Read More

ନୟାଗଡ ଜିଲ୍ଲା଼ରେ ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଅନ୍ତିମ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଅନ୍ତିମ ପର୍ଯ୍ୟାୟ ମତଦାନ ଆଜି ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌,୨୨ଟି ପଂଚାୟତ, ୩୮୨ ଓାର୍ଡ଼, ଭୋଟର ୮୯୭୪୬ ମଧ୍ୟରୁ ୭୯.୯୦ ପ୍ରତିଶତ ଏବଂ ଭାପୁର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌, ୨୦ଟି ପଂଚାୟତ, ୩୪୨ ଓାର୍ଡ଼, ଭୋଟର ୮୬୮୦୦ ମଧ୍ୟରୁ ୮୬.୩୪ପ୍ରତିଶତ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଆଜିର ଏହି ଅନ୍ତିମ ପର୍ଯ୍ୟାୟରେ ଦୁଇଟି ବ୍ଲକର ହାରାହରି ୮୩.୧୨ ପ୍ରତିଶତ ମତଦାନ ହୋଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ପ୍ରକଳ୍ପ…

Read More

ଆସନ୍ତାକାଲି ନୟାଗଡ ଜିଲ୍ଲା଼ରେ ଚତୁର୍ଥ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ତଥା ୨୨ତାରିଖ ମଙ୍ଗଳବାର ଦିନ ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକରେ ହେଉଅଛି । ଦଶପଲ୍ଲା ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍‌, ୨୦ଟି ପଂଚାୟତ, ୨୭୬ ଓାର୍ଡ଼, ଭୋଟର ୬୭୩୫୪, ଗଣିଆ ବ୍ଲକରେ ୧ଗୋଟି ଜିଲ୍ଲା ପରିଷଦ ଜୋନ୍‌, ୮ଟି ପଂଚାୟତ, ୧୧୯ ଓାର୍ଡ଼, ଭୋଟର ୩୧୧୬୯ ଏବଂ ନୂଆଗାଁ ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ୍‌, ୨୨ଟି ପଂଚାୟତ, ୩୪୩ ଓାର୍ଡ଼, ଭୋଟର ୭୭୧୭୫ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ ମତଦାନ ନିମନ୍ତେ ଜିଲ୍ଲାପାଳ ଡା. ପୋମା ଟୁଡୁ ଦଶପଲ୍ଲା, ଗଣିଆ ଓ ନୂଆଗାଁବାସୀଙ୍କୁ ବିନମ୍ରତାର ସହ ନିବେଦନ କରିଛନ୍ତି ।

Read More