ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଅନ୍ତିମ ଦିବସରେ ବିଭିନ୍ନ ବ୍ଲକରେ ବିଭିନ୍ନ ଜୋନ୍ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ôଥନୀ ଚିନ୍ମୟୀ ଦାଶ ବିଜେପି ପ୍ରାର୍ôଥନୀ କୁମାରୀ ପାତ୍ରଙ୍କ ଠାରୁ ପ୍ରାୟ ୧୧୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ôଥନୀ ସଂଜୁକ୍ତା ପଢ଼ିଆରୀ ବିଜେପି ପ୍ରାର୍ôଥନୀ ପ୍ରତିମା ପ୍ରଧାନଙ୍କ ଠାରୁ ପ୍ରାୟ ୭୦୦ ଭୋଟରେ ଆଗୁଆ ଅଛନ୍ତି । ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍ର (ଖଣ୍ଡପଡ଼ା ବ୍ଲକ) ବିଜେଡି ପ୍ରାର୍ôଥନୀ ବିଷ୍ନୁପ୍ରିୟା ବେହେରା ବିଜେପି ପ୍ରାର୍ôଥନୀ ଜୟଶ୍ରୀ ବେହେରାଙ୍କ ଠାରୁ ପ୍ରାୟ ୧୦୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୧୧ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ଦଶପଲ୍ଲା ବ୍ଲକ) ବିଜେଡି ପ୍ରାର୍ଥୀ ଶ୍ରୀ ବସନ୍ତ କୁମାର ପ୍ରଧାନ ବିଜେପି ପ୍ରାର୍ଥୀ ଶ୍ରୀ ଦେବେନ୍ଦ୍ର କୁମାର ପ୍ରଧାନଙ୍କ ଠାରୁ ପ୍ରାୟ ୧୬୦୦ ଭୋଟରେ ଆଗୁଆ ଅଛନ୍ତି । ୧୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ନୟାଗଡ଼ ବ୍ଲକ) ବିଜେଡି ପ୍ରାର୍ଥୀ ଶ୍ରୀ ଆଶିଷ କୁମାର ଅଗ୍ରଓାଲ ବିଜେପି ପ୍ରାର୍ଥୀ ବିରେନ୍ଦ୍ର କୁମାର ନାୟକଙ୍କ ଠାରୁ ପ୍ରାୟ ୯୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ନୟାଗଡ଼ ବ୍ଲକ) ବିଜେଡି ପ୍ରାର୍ଥୀ ଶ୍ରୀ ସରୋଜ କୁମାର ରଣସିଂହ ବିଜେପି ପ୍ରାର୍ଥୀ ଶ୍ରୀ ସୌମ୍ୟ ରଂଜନ ପ୍ରଧାନଙ୍କ ଠାରୁ ପ୍ରାୟ ୨୮୦୦ ଭୋଟରେ ଆଗୁଆ ଅଛନ୍ତି । ୨୦ନମ୍ବର ଜିଲ୍ଲା ପରିଷଦ ଜୋନ୍ର( ଭାପୁର ବ୍ଲକ) ବିଜେଡି ପ୍ରାର୍ଥୀ ଶ୍ରୀ ବିଜୟ କୁମାର ସାମନ୍ତରାୟ ବିଜେପି ପ୍ରାର୍ଥୀ ଶ୍ରୀ ସଂଜୟ କୁମାର ଦାସଙ୍କ ଠାରୁ ପ୍ରାୟ ୧୦୦୦ ଭୋଟରେ ଆଗୁଆ ଅଛନ୍ତି । ୨୩ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ରଣପୁର ବ୍ଲକ) ବିଜେପି ପ୍ରାର୍ôଥନୀ ଲକ୍ଷ୍ମିପ୍ରିୟା ଦଳେଇ ବିଜେଡି ପ୍ରାର୍ôଥନୀ ନର୍ମଦା କୁମାରୀ ଦାସଙ୍କ ଠାରୁ ପ୍ରାୟ ୭୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୨୪ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ରଣପୁର ବ୍ଲକ) ବିଜେଡି ପ୍ରାର୍ôଥନୀ ଜ୍ୟୋସ୍ନାମୟୀ ଦଳବେହେରା ବିଜେପି ପ୍ରାର୍ôଥନୀ ବୁଦ୍ଧିମତୀ ପ୍ରଧାନଙ୍କ ଠାରୁ ପ୍ରାୟ ୧୯୦୦ ଭୋଟରେ ଅପରାହ୍ନ ୪ଟା ସୁଦ୍ଧା ଆଗୁଆ ଅଛନ୍ତି । ଉପରୋକ୍ତ ଜୋନ୍ଗୁଡ଼ିକର ସରପଂଚ , ସମିତି ସଭ୍ୟ ଓ ଓାର୍ଡ଼ ମେମ୍ବରମାନଙ୍କର ଭୋଟ ଗଣତି ଚାଲୁରହିଛି ।
ନୟାଗଡ ଜିଲ୍ଲା଼ରେ ଅନ୍ତିମ ଦିନର ଭୋଟ ଗଣତି
