ଆରମ୍ଭ ହେଲା ନୟାଗଡ଼ରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ପ୍ରଥମ ଦିନର ନାଟକ ‘କୁଆଁ କୁଆଁ’ ଦର୍ଶକଙ୍କ ମନ ମୋହିଲା

ନୟାଗଡ଼,(ନୟାଗଡ଼ ଦର୍ପଣ): ‘କୁଆଁ କୁଆଁ’ ରୁ ଆରମ୍ଭ ହେଲା ନାଟ୍ୟଧାରାର ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଦୀର୍ଘ ୮ଦିନ ଧରି ହେବାକୁ ଥିବା ଏହି ନାଟକ ମହୋତ୍ସବର ପ୍ରଥମ ଦିବସରେ ନାଟ୍ୟଚେତନା ନାଟ୍ୟ ଅନୁଷ୍ଠାନ,ଖୋର୍ଦ୍ଧା ପକ୍ଷରୁ ପରିବେଷିତ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ କୁଆଁ କୁଆଁ ମଞ୍ଚସ୍ଥ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ଜିଲ୍ଲାର ଅଗ୍ରଣୀ ନାଟ୍ୟନୁଷ୍ଠାନ ‘ନାଟ୍ୟାଧାରା’ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ଼ଃ ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ନାଟ୍ୟ ମହୋତ୍ସବର ପ୍ରଥମ ଦିବସରେ ଅନୁଷ୍ଠିତ ଏହି ନାଟକକୁ ଅଡିଟୋରିୟମରେ ଭରପୂର ଦର୍ଶକ ବେଶ ଉପଭୋଗ କରିଥିଲେ।

Related posts