ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ‘ଭିନ୍ନ ଏକ ଗଳ୍ପ’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟାଧାରା ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟ ଛୁଇଁଥିଲା ଲୋକପ୍ରିୟ ନାଟକ ‘ଭିନ୍ନ ଏକ ଗଳ୍ପ’ । ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ନବୀନ ପରିଡ଼ାଙ୍କ ନିର୍ଦ୍ଦେଶିତ ନାଟକ ଭୁବନେଶ୍ୱରସ୍ଥ ନାଟ୍ୟସଂସ୍ଥା ନବୀନ ବର୍ଣାଳି ଦ୍ୱାରା ପରିବେଷିତ ହୋଇଥିଲା। ଯେତେବେଳେ ସମାଜରେ ବିଶୃଙ୍ଖଳା ତଥା ଅଧପତନ ସୃଷ୍ଟି ହୁଏ ସେତେବେଳେ ସାହିତ୍ୟିକ ମାନେ ନାଟକ ଏବଂ ଗଳ୍ପ ମାଧ୍ୟମରେ ସମାଜ ସଂସ୍କାର ପାଇଁ ପ୍ରୟାସ କରିଥାନ୍ତି। ଏହିପରି ଏକ ବିଷୟ ବସ୍ତୁକୁ ନେଇ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏହି ଭିନ୍ନ ଧର୍ମୀ ନାଟକକୁ ଅଡିଟୋରିୟମର ଭରପୂର ଦର୍ଶକ ବେଶ ଉପଭୋଗ କରିଥିଲେ। ଆଜିର ଏହି ନାଟକକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟକାର ବିଜୟ ଚୌଧୁରୀ, ବିଶ୍ୱନାଥ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ଶେଖ ଅବଦୁଲ ଖାଲିକ, ପ୍ରଶାନ୍ତ ଦାଶ, ଅଶୋକ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts