ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ସୁନାଖଳା, କୋଟଗଡ଼,ରମ୍ଭାବିଲର ବିଭିନ୍ନ ସ୍ଥାନ ତଥା ରାସ୍ତା କଡ଼ର ଉଭୟ ପାର୍ଶ୍ଵରେ ପଶୁପକ୍ଷୀମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଛି। ଆଗକୁ ବିଭିନ୍ନ ଜଳାଶୟ ଶୁଖି ଯିବାର ସମ୍ଭାବନା ଅଛି, ଏ ସବୁକୁ ନଜରରେ ରଖି ଆଜି ଆଜି ଅନନ୍ୟା ଫାଉଣ୍ଡେସନ ତରଫରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ଏହା ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ କରାଯିବ ବୋଲି ସୂଚନା ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଆଶୁତୋଷ, ବିନେଶ, ସନ୍ତୋଷ, ଉମେଶ, ଦେବାଶିଷ, ବେଣୁ ଲେଙ୍କା, ଅପର୍ଣ୍ଣା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।
ଅନନ୍ୟା ଫାଉଣ୍ଡେସନ୍ ତରଫରୁ ପକ୍ଷୀମାନଙ୍କ ପାଇଁ ଜଳ ପାନର ବ୍ୟବସ୍ଥା
