ନାଟକ ମହୋତ୍ସବର ୫ମ ସଂଧ୍ୟା: ଦର୍ଶକଙ୍କୁ ବାନ୍ଧି ରଖିଲା ‘ଔରଙ୍ଗଜେବ’

ନୟାଗଡ଼,(ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ଲୋକପ୍ରିୟ ସାମାଜିକ୍ ନାଟକ ‘ଔରଙ୍ଗଜେବ୍‌’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଡ.ପ୍ରଦୀପ ଭୌମିକ୍ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ । ସୂତ୍ରଧର ନାଟ୍ୟ ଅନୁଷ୍ଠାନ ଖୋର୍ଦ୍ଧା ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ଜିତେନ୍ଦ୍ର ପଟ୍ଟନାୟକ ଯୋଗଦାନ କରିଥିଲେ । ଇତିହାସରେ ଔରଙ୍ଗଜେବ ଯେପରି ନିଜ ସ୍ୱାର୍ଥ ଏବଂ କ୍ଷମତା ଲୋଭ ପାଇଁ ନିଜର ବାପା ଭାଈଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ ଆଜିର ସ୍ୱାର୍ଥ ସର୍ବସ୍ୱ ସମାଜରେ ମଧ୍ୟ ଲୋଭ,ଅର୍ଥ ତଥା ସ୍ୱାର୍ଥ ପାଇଁ ନିଜ ରକ୍ତ ସମ୍ପର୍କକୁ ଜଳାଞ୍ଜଳି ଦେଇ ମନୁଷ୍ୟ କେଉଁ କେଉଁ ସ୍ତରକୁ ଚାଲିଯାଇ ପାରେ ତାହକୁ ନିଖୁଣ ଅଭିନୟ ମାଧ୍ୟମରେ ସୂତ୍ରଧରର କଳାକାର ମାନେ ବେଶ ପ୍ରତିପାଦିତ କରିପାରିଥିଲେ । ନାଟ୍ୟଧାରା ପରିବାରର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ପରିଚାଳିତ ନାଟକ ଉତ୍ସବର ପଞ୍ଚମ ଦିବସର ଏହି ନାଟକଟିକୁ ଅଡିଟୋରିୟମରେ ଭରପୂର ଦର୍ଶକ ବେଶ ଉପଭୋଗ କରିଥିବା ବେଳେ ଷଷ୍ଠ ଦିବସରେ ମିରର ଥିଏଟର ବେଲପାହାଡ଼ ପକ୍ଷରୁ ନାଟକ ‘ଦୂର ଆକାଶ’ ପରିବେଷିତ ହେବ ବୋଲି ନଟ୍ୟଧାରା ପକ୍ଷରୁ ସୂଚନା ଦିଆଯାଇଛି ।

Related posts