ସ୍ମରଣିକା “ଅଫେରା ତୁମେ” ଲୋକାର୍ପିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ଶିକ୍ଷକ, କବି, ପରିବେଶବିତ୍ ତଥା ସମାଜସେବୀ ସ୍ୱର୍ଗତ ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ନିଜ ଗ୍ରାମ ଓଡ଼ଗାଁବ୍ଲକ ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ପାଳିତ ହୋଇଯାଇଛି। ଏ ଅବସରରେ ଅନୁଷ୍ଠିତ ହୋଇଥିବା ସ୍ମୃତିସଭା କାର୍ଯ୍ୟକ୍ରମରେ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସାରସ ମିଶ୍ର, ଗଣେଶ୍ୱର ସାହୁ, ଅର୍ଜୁନ ସାହୁ, ବରିଷ୍ଠ କବି ଲୋକନାଥ ମିଶ୍ର(ଭରଦ୍ୱ।ଜ), ଶିବ ମିଶ୍ର, ରଘୁନାଥ ପ୍ରଧାନ, ଅବକାଶ ସାହୁ, ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ବିଶିଷ୍ଟ ଶିଶୁସାହିତ୍ୟିକା ବସିରନ୍ ବିବି, ଅବସରପ୍ରାପ୍ତ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ, ଶେଷଦେବ ସାହୁ, ଜଗନ୍ନାଥ ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ପରିଡ଼ା, ଦାଶରଥି ସାହୁ, ବ୍ରଜବନ୍ଧୁ ସାହୁ, ନବକିଶୋର ସାହୁ, ଘନଶ୍ୟାମ ସାହୁ, ରମାକାନ୍ତ ପ୍ରଧାନ ଆଦି ବହୁ ବୁଦ୍ଧିଜୀବୀ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ସ୍ମୃତି ଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ସଂଯୋଜନା କରିଥିଲାବେଳେ ସ୍ୱର୍ଗତ ପଟ୍ଟନାୟକଙ୍କ ଭାଇ ମାନସ ରଞ୍ଜନ ପଟ୍ଟନାୟକ ଓ ଜ୍ୟେଷ୍ଠପୁତ୍ର ଶିକ୍ଷକ ତଥା ଯୁବକବି ଯଶୋବନ୍ତ ପଟ୍ଟନାୟକ ସଭା ପରିଚାଳନା କରିଥିଲେ।ପରିବାର ପକ୍ଷରୁ ପତ୍ନୀ କାଦମ୍ବିନୀ ପଟ୍ଟନାୟକଙ୍କ ସମ୍ପାଦିତ ସ୍ମରଣିକା “ଅଫେରା ତୁମେ” ଉପସ୍ଥିତ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା।ପରିଶେଷରେ କନିଷ୍ଠ ପୁତ୍ର ପ୍ରିୟବ୍ରତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରେପରେ ଶାନ୍ତିଭୋଜନ ଓ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।

Related posts