ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଆଜି ଶେଷ ଦିନରେ ସମସ୍ତ ଓାର୍ଡ଼ର ପ୍ରାର୍ଥୀପତ୍ର ଦାଖଲ ହୋଇଯାଇଛି । ବିଜେଡି ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ ନିରୁପମା ଖଟେଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ତନୁଶ୍ରୀ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସ୍ୱାଗତିକା ନାୟକ ଏବଂ ସ୍ୱାଧୀନ ପ୍ରାର୍ଥିନୀ ଭାବେ ସସ୍ମିତା ଷଡ଼ଙ୍ଗୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନୟାଗଡ଼ ପୌର ପରିଷଦରେ ସମୁଦାୟ ୪୫ଜଣ କାଉନସିଲର ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ବିଜେଡିର ୧୬, ବିଜେପିର ୧୫ , ଭାରତୀୟ ଜାତୀୟ କଂଗ୍ରେସର ୯ଜଣ ଏବଂ ସ୍ୱାଧୀନ ପ୍ରାର୍ଥୀଭାବେ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫ନମ୍ବର ଓାର୍ଡ଼ରୁ ବିଜେଡିର ଶ୍ରୀ ସନ୍ତୋଷ କୁମାର ମାହାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିରୋଧରେ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି ।
ନୟାଗଡ଼ ପୌର ପରିଷଦ ନିମନ୍ତେ ପ୍ରାର୍ଥପତ୍ର ଦାଖଲ
