ନବୀନଙ୍କ ବିକାଶ ଧାରାକୁ ପାଥେୟ କରିବା ପାଇଁ ଆହ୍ୱାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତ ସାନପଣ୍ଡୁସର ଗ୍ରାମର ବିଜୁ ଜନତା ଦଳର କର୍ମୀଙ୍କୁ ନେଇ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ସାନପଣ୍ଡୁସର ନିକଟସ୍ଥ ପାଟଚଣ୍ଡିପ୍ରସାଦର ଆମ୍ବତୋଟାଠାରେ ଅନୁଷ୍ଠିତ କର୍ମି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଡ.ସାହୁ କର୍ମୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଅଭିଭାଷଣ ରଖିଥିଲେ । ସାରା ଭାରତ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବିକାଶ ପୁରୁଷ । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର‌୍ୟ୍ୟନ୍ତ ଯେଉଁ ବିକାଶ ଘଟିଛି ସମସ୍ତଙ୍କର ଶ୍ରେୟ ହେଉଛନ୍ତି ନବୀନ । ନବୀନଙ୍କ ବିକାଶ ଧାରାକୁ ପାଥେୟ କରିବା ପାଇଁ ଡ. ସାହୁ ଆହ୍ୱାନ ଦେଇଥିଲେ । ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତରେ ଅନେକ ବିକାଶ…

Read More

ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ନେତୃବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନିକଟରେ ନିର୍ବାଚିତ ରାଜ୍ୟ ନେତୃବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାପରିଷଦ ସୃଜନ ସଭାଗୃହରେ ଏ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦାନ କରି ପିଲାମାନଙ୍କୁ ଚିରାଚରିତ ଢଙ୍ଗରେ ଶିକ୍ଷାଦାନ ନକରି ସେମାନଙ୍କୁ ନୈତିକ ଶିକ୍ଷା ଏବଂ ନୀତିଶାସ୍ତ୍ର ଉପରେ ଶିକ୍ଷାଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ ସମାଜରେ ନିଜର ଆଦର୍ଶ ଓ ପରାକାଷ୍ଠା ବଜାୟ ରଖିବା ଉଚିତ ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ନେତା ଦୀନବନ୍ଧୁ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଇଂ…

Read More

ସାଉଦି ଆରବରେ ପାଳିତ ହେଲା ଉତ୍କଳ ଦିବସ

ପାଞ୍ଚ ଜଣ ଓଡ଼ିଆଙ୍କୁ ମିଳିଲା “ଉତ୍କଳ ରତ୍ନ” ଓ ପଦ୍ମଶ୍ରୀ ଦିଲିପ ତିର୍କୀ ହେଲେ ବ୍ରାଣ୍ଡ ଅମ୍ବାସଡର ନୟାଗଡ଼,(ନୟାଗଡ଼ ଦର୍ପଣ): ସାଉଦି ଆରବର ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ ‘ଉତ୍କଳିକା’ ତରଫରୁ ୮୮ତମ ଉତ୍କଳ ଦିବସ ଏବଂ ନିଜର ୧୪ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ ହୋଇ ଯାଇଛି। ଏହି ଅବସରରେ “ପଦ୍ମଶ୍ରୀ ଦିଲିପ” ତିର୍କୀ ଉତ୍କଳିକା ର ବ୍ରାଣ୍ଡ ଆମ୍ବାସଡର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଯାହାକି ସାଉଦି ଆରବରେ ଥିବା ପ୍ରତ୍ଯେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଏଥିସହିତ ଉତ୍ସବରେ ୫ ଜଣ ଓଡ଼ିଆଙ୍କୁ ଉତ୍କଳିକା ତରଫରୁ ସର୍ବୋଚ୍ଚ ଓଡ଼ିଆ ସମ୍ମାନ “ଉତ୍କଳ ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଛି। ଏଥି ମଧ୍ୟରେ ରହିଛନ୍ତି ପଦ୍ମଭୂଷଣ ପ୍ରତିଭା ରାୟ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ,…

Read More

ଲୋକସେବା ଭବନରେ ପ୍ରକୃତିମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେବ ଅନନ୍ୟା ଫାଉଣ୍ଡେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ନୟାଗଡ଼ ବ୍ଲକରୁ ଅନନ୍ୟା ଫାଉଣ୍ଡେସନକୁ ମନୋନୀତ କରାଯାଇଛି। ଅନନ୍ୟା ଫାଉଣ୍ଡେସନ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ସହ ସକ୍ରିୟ ଅବଦାନ ଥିବା ବେଳେ ବିଶେଷ କରି ପରିବେଶ ପ୍ରତି ଥିବା ନିରବଚ୍ଛିନ୍ନ ଅବଦାନ ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସୂଚନା ଥାଉକି ଟାଙ୍ଗରା ଭୂଇଁକୁ ସବୁଜ ବନାନୀରେ ପରିଣତ କରିବା ସହ ପ୍ଲାଷ୍ଟିକ ଫ୍ରି ନୟାଗଡ଼ ଅଭିଯାନ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ସଦସ୍ୟମାନେ ଅହରହ ଉଦ୍ୟମ ଚଳାଇଛନ୍ତି। ବିଭିନ୍ନ ସମୟରେ ପଶୁପକ୍ଷୀମାନଙ୍କ ଜଳପାନ ସୁବିଧା ସହ ବିଭିନ୍ନ ଦେବାଳୟରେ ପଲିଥିନ୍ ବ୍ୟବହାର କମ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ନିଜସ୍ଵ ଉଦ୍ୟମରେ ବାଉଁଶ ଚାଙ୍ଗୁଡ଼ି ବଣ୍ଟନ ସହ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ। ଅନେକ ସମୟରେ ବିଭିନ୍ନ…

Read More

ଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ସଂସ୍କୃତ ଭାଷା, ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ପ୍ରାଚୀନ ଭାଷା ହେଉଛି ସଂସ୍କୃତ ଯାହାର ସମୃଦ୍ଧ ପରମ୍ପରା ଓ ଇତିହାସ ରହିଛି।କେବଳ ଭାରତ ନୁହେଁ ବିଶ୍ଵର ପ୍ରାଚୀନତମ ଓ ଶ୍ରେଷ୍ଠ ଭାଷାଭାବେ ମଧ୍ୟ ସଂସ୍କୃତକୁ ଗ୍ରହଣ କରାଯାଏ। ବୈଦିକ ଯୁଗରେ ଋଷିମାନେ ଭାରତୀୟ ଦର୍ଶନଶାସ୍ତ୍ରର ସ୍ରଷ୍ଟା ଅଟନ୍ତି। ଭାରତୀୟ ଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି ବେଦ ଓ ଉପନିଷଦ ସେହିପରି ତତ୍ୱଜ୍ଞାନ ହେଉଛି ଭାରତୀୟ ସଂସ୍କୃତି ଓ ଧର୍ମର ମୂଳପିଣ୍ଡ। ବେଦ, ଉପନିଷଦ, ରାମାୟଣ, ମହାଭାରତ, ଗୀତା, ପୁରାଣ ଆଦି ମହାନ ଗ୍ରନ୍ଥର ରଚନା ପ୍ରଥମେ ସଂସ୍କୃତ ଭାଷାରେ ହୋଇଥିଲା । ବିଶେଷଭାବେ ଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ହେଉଛି ସଂସ୍କୃତ ଭାଷା ବୋଲି ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରିସରରେ ଆୟୋଜିତ ହୋଇଥିବା ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ତଥା ଦର୍ଶନଶାସ୍ତ୍ର ଗବେଷକ ଶରତ…

Read More

ଓଡ଼ଗାଁରେ ମେଧା ସମ୍ମାନ-୨୦୨୩ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକ ନିକଟସ୍ଥ ଅଡିଟୋରିୟମ ଠାରେ ମଣ୍ଡଳୀ ସ୍ତରୀୟ ମେଧା ସମ୍ମାନ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ୪୮୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡ.ସାହୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡ.ସାହୁ ବହୁ ମୁଲ୍ୟବାନ ଅଭିଭାଷଣ ରଖିଥିଲେ । ଛାତ୍ରଛାତ୍ରୀମାନେ ଜୀବନକୁ ନଷ୍ଟ କରୁଥିବା ବଦଭ୍ୟାସରୁ ନିବୃତ୍ତ ରହିବା ଉଚିତ। ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବତା ସହ ପରିଚିତ କରାଇବା ସହ ସ୍ୱପ୍ନ ତିଆରି କରିବା ଆବଶ୍ୟକ ଯଦ୍ୱାରା ସେମାନେ ବାସ୍ତବତାକୁ ଚିହ୍ନିବେ ଓ ନେତୃତ୍ୱ ନେବେ। ସତକୁ ସ୍ୱୀକାର କରିବା ଜଣେ ଭଲ ବିଦ୍ୟାର୍ଥୀର ଲକ୍ଷଣ ବୋଲି ବ୍ଲକ ନିକଟସ୍ଥ ଅଡିଟୋରୀୟମଠାରେ ମଣ୍ଡଳସ୍ତରୀୟ ମେଧା ସମ୍ମାନ ୨୦୨୩…

Read More

ଦାସିଆ ଅଜାଙ୍କ ପାଠାଗାର ପରିଦର୍ଶନ କଲେ ଓଡ଼ିଶା ବିଧାନସଭା ପାଠାଗାର କମିଟି

ନୂଆଗାଁ,(ନୟାଗଡ଼ ଦର୍ପଣ): ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ବୁଲି ଦେଖିଲେ ଓଡିଶା ବିଧାନସଭା ପାଠାଗାର କମିଟି। ପାଠାଗାର କମିଟିର ୧୨ଜଣ ବିଧାୟକ ଦାସିଆ ଅଜାଙ୍କ ସାଧନା ପୀଠରେ ପହଞ୍ଚି ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପାଠାଗାର ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଥିବା ଓ ବର୍ତ୍ତମାନ ସଂଗୃହିତ ହେଉଥିବା ଲକ୍ଷାଧିକ ପୁସ୍ତକ ସମ୍ଭାର ଓ ଦେଶ ବିଦେଶର ଶହ ଶହ ପୁରାତନ କଳାକୃତି ଓ ଦୁର୍ଲ୍ଲଭ ସାମଗ୍ରୀକୁ ଦେଖି ବିଧାୟକ ମାନେ ଅଭିଭୂତ ହୋଇ ପଡ଼ିଥିଲେ। ଦାସିଆ ଅଜାଙ୍କ ବିରଳ ସାଧନାକୁ ବିଧାୟକମାନେ ଖୁବ୍ ପ୍ରଶଂସା କରିଥିଲେ। ଓଡ଼ିଆ ଜାତିର ଏହି ବିରଳ ସାଧକଙ୍କ ଅମ୍ଳାନ ସ୍ମୃତି ରକ୍ଷାପାଇଁ ଏବଂ ରାଜ୍ୟ ଓ ଦେଶର ଦାସିଆ ଅଜାଙ୍କ ବିରଳ ସାଂସ୍କୃତିକ ସମ୍ଭାରକୁ…

Read More

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ବିଜୁ ଯୁବ ଭବନ ଉଦଘାଟନ

ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ବିଜୁପ୍ରେମୀ, ବୁଦ୍ଧିଜୀବୀ, ଯୁବକ ଏବଂ ଅଞ୍ଚଳବାସୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ବିଜୁ ଯୁବ ଭବନ ଉଦଘାଟିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭା ପାଠାଗାର କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ବିଜୁ ଯୁବ ଭବନ ଉଦଘାଟନ କରିଥିଲେ। ତତ୍ ସହିତ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବିଜୁ ଯୁବଭବନ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିବାରୁ ଯୁବକମାନେ ଉତ୍ସାହିତ ଅଛନ୍ତି । ସମ୍ମାନୀତ ଅତିଥି ଭାବେ ବିଧାନସଭା ପାଠାଗାର କମିଟିର ସଦସ୍ୟ ତଥା…

Read More

ରଣପୁର ମୟୁରଝାଲିଆରେ ବେଆଇନ ମାଙ୍କଡା ପଥର ଖଣି ଚୋରାଚାଲାଣ, ଗଡ଼ିଲା ୬ମୁଣ୍ଡ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଆଜି ୬ ରାଜସ୍ୱ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଖଣ୍ଡପଡ଼ା ତହସିଲରେ କାର୍ୟ୍ୟରତ ସେକ୍ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ୟ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠି, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଆଜି ଜିଲ୍ଲାପାଳ ସସ୍ପେଣ୍ଡ କରିଛନ୍ତି। ରଣପୁର ତହସିଲ ମୟୁରଝାଲିଆ ଗ୍ରାମରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣି ଚାଲାଣରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଥିଲା। ଏମାନଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ ଫୌଜଦାର ମାମଲା ରଜୁ କରାଯିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଥିଲା। ରଣପୁର ତହସିଲଦାର ଏମାନଙ୍କ…

Read More

ନୟାଗଡ଼ ଟିପିସିଓଡ଼ିଏଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ ଓ ଦାବିପତ୍ର ପ୍ରଦାନ କଲା ହେମେନ୍ଦ୍ର ସେନା

ନୟାଗଡ଼,(ନୟାଗଡ଼ ଦର୍ପଣ): ହେମେନ୍ଦ୍ର ସେନା ପକ୍ଷରୁ ନୟାଗଡ଼ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ଙ୍କ କାର୍ଯ୍ୟାଳୟ ଘେରାଓ ଓ ଦାବିପତ୍ର ପ୍ରଦାନ । ପ୍ରଚଣ୍ଡ ରୌଦ୍ରତାପ ସମୟରେ ନୟାଗଡ଼ରେ ସୃଷ୍ଟି ହୋଇଥିବା ଉତ୍କଟ ତଥା ଘନଘନ ବିଜୁଳି କାଟକୁ ଦୃଷ୍ଟିରେ ରଖି ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନେତୃତ୍ବରେ ଆଜି ଅପରାହ୍ନରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ ଅଫିସ ସାମ୍ନାରେ ପ୍ରତିବାଦ ସଭା ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ତଥା ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ପ୍ରତିବାଦ କରାଯିବା ସହ… ୧- ବିଜୁଳିକାଟର ବିଜୁଳି ବିଭାଗ ତରଫରୁ ଅତିଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା। ୨- ପ୍ରିପେଡ ତଥା ଡିଜିଟାଲ ମିଟର ଲଗାଇବା…

Read More