ଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ଗାଁ ବ୍ଳକ ଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଭକ୍ତ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମାରୋହ ଏବଂ ଗୁରୁପୂଜନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ସ୍ଵର୍ଗତ ମହାରଣାଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥ‌ିବା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଅନାବରଣ କରାଯାଇଥିଲା । ଅବସର ପ୍ରାପ୍ତ ଶିକ୍ଷକ ଅନାଦି ଚରଣ ମହାନ୍ତିଙ୍କ ଆବାହକତ୍ୱରେ ଏବଂ ପୂର୍ବତନ ଶିକ୍ଷକ ବନମାଳୀ ଦାସଙ୍କ ଅଧ୍ଯକ୍ଷତାରେ ଗୌଡପୁଟ କଲ୍ୟାଣ ମଣ୍ଡପଠାରେ ଭକ୍ତ ରଞ୍ଜନ ସ୍ମୃତି କମିଟି ଦ୍ଵାରା ଆୟୋଜିତ ସାଧାରଣ ସଭାରେ ବିଧାୟକ ଡ଼ଃ ସାହୁ ଯୋଗଦେଇ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କର ନିଷ୍ଠାପର ଗୁରୁଭକ୍ତିର ପରାକାଷ୍ଠା ଦେଖି ସ୍ତମ୍ଭିଭୁତ ହୋଇ ପଡ଼ିଥିଲେ । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ବାଣ୍ଠପୁର ସରପଞ୍ଚ ସୁନିତା ବାରିକଙ୍କ ସହିତ ଗୌଡପୁଟ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଦ୍ୟାଳୟର ପୁରାତନ ଓ ନୂତନ ପ୍ରତିଭୁମାନଙ୍କୁ ମୁଖ୍ୟ ଅତିଥି ଡ଼ଃ. ସାହୁଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଓଇଏସ ପରୀକ୍ଷାରେ ସଫଳତା ହାସଲ କରିଥିବା ଗୋତିରିଡାର ଭକ୍ତ ବିନୋଦ ମଲ୍ଲ ଙ୍କୁ ସମ୍ବଦ୍ଧିତ କରାଯାଇଥିଲା ଶ୍ରୀଧର ପରିଡ଼ା ଓ ନିତ୍ୟାନନ୍ଦ ପ୍ରଧାନଙ୍କ ନେତୃତ୍ଵରେ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Related posts