ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତର କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମା ବୀରଚଣ୍ଡୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହେବା ସହିତ ଚାରିଦିନ ବ୍ୟାପି ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ କୃଷ୍ଣଚନ୍ଦ୍ରପୁର ଗ୍ରାମର ସର୍ଦ୍ଧାଳୁ ଅନନ୍ତ କୁମାର ସାହୁ ମନ୍ଦିରର ମୁଳଦୁଆ ଠାରୁ ଅନୁକୂଳ କରି ମନ୍ଦିରର ମୁଣ୍ଡି ମାରିବା ପଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ଓ ଏଥିରେ ଗ୍ରାମର ଗ୍ରାମବାସୀମାନେ ସାହାଯ୍ୟ କରିଛନ୍ତି। ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଦିବା ରାତ୍ର ନାମ ଯଜ୍ଞ, କଳସ ଶୋଭା ଜାତ୍ରା, ରତ୍ନମୃଦ, ନୂତନ ବିଗ୍ରହ ପ୍ରତିଷ୍ଠା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅନ୍ତିମ ଦିନରେ ଆଖ ପାଖ ଅଞ୍ଚଳରୁ ସତାଧିକ ସର୍ଦ୍ଧାଳୁଙ୍କ ଜନ ସମାବେଶ ଦେଖିବାକୁ ମିଳିଛି ଏବଂ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦଶପଲ୍ଲା ଏନଏସି ଉପାଧ୍ୟକ୍ଷ କିଶ୍ବର ଚନ୍ଦ୍ର ଦାସ, ନୟାଗଡ଼ ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲିପ କୁମାର ଦଳବେହେରା, ମାଇଛେଳି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଦାଶରଥି ପ୍ରଧାନ ଓ କୃଷ୍ଣଚନ୍ଦ୍ରପୁର ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବହୁ ଆଡମ୍ବର ସହିତ ଚାରିଦିନ ଧରି ଚାଲିଥିବା ଏହି ଉତ୍ସବ ଆଜି ସମାପନ ହୋଇଛି।
ମା’ ବୀରଚଣ୍ଡୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
