ନୂଆଗାଁ,(ନୟାଗଡ଼ ଦର୍ପଣ): ଭାରତ ସରକାର ଙ୍କ ଜି ୨୦ ଶୈକ୍ଷିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନଭାଗିଦାରୀତା କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ସି ଆର ସି ସି ନରେନ୍ଦ୍ର କୁମାର ବେହେରା ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ମାଇଛେଳି ପଞ୍ଚାୟତର ସରପଞ୍ଚ ସ୍ଵାଗତିକା ପ୍ରିୟଦର୍ଶିନୀ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଫୁଲୋଚନ କହଁର ଯୋଗଦାନ କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ଦେଇ, ସଂଯୁକ୍ତା ଦେଇ, ରଶ୍ମିତା ସେଠୀ ଓ ଦିପ୍ତୀମୟୀ ମହାପାତ୍ର ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦେଶ୍ୟ ଲକ୍ଷଣ ଓ ଶିକ୍ଷଣ ଫଳାଫଳ ସଂପର୍କରେ ଆଲୋଚନା ତଥା ଶାରିରୀକ ବ୍ୟାୟାମ, ଗଣିତ ଓ ଭାଷା ଖେଳ ସାଂସ୍କୃତିକ କାର୍ଯ୍ୟକ୍ରମ ଗଳ୍ପ କଥନ ଅଭିଭାବକଙ୍କ ଚିଠି ସମ୍ବନ୍ଧିତ ଆଲୋଚନା ଏବଂ ଶିକ୍ଷାର୍ଥୀଙ୍କର ଉତ୍ତମ ସ୍ୱାସ୍ଥ୍ୟଭ୍ୟାସ ସଂମ୍ଵନ୍ଧିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସିଆରସିସି ଜଳ ଭାଗିତାରୀତା ର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଶପଥ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୦ଜଣ ଶିକ୍ଷାର୍ଥୀ ୩୦ଜଣ ଅଭିଭାବକ ଓ ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।
ସମ୍ପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ
