ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରରେ ଭାରତ ସରକାରଙ୍କ ଜି ୨୦ରେ ଶୈଖିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀଣୀ କବିତା କୁମାରୀ ଦାସ ଉଦଘାଟନ ବେଳେ ସମ୍ମାନିତ ଅତିଥି ଭାବେ କୋରଡ଼ା ସରପଞ୍ଚଙ୍କ ପ୍ରତିନିଧି ତଥା ଶିକ୍ଷକ ଜୟନ୍ତ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମହାପାତ୍ର ଯୋଗ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନୂତନ ଭାବେ ଯୋଗଦେଇଥିବା ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀନିବାସ ରଥ କାର୍ଯ୍ୟକୁ ଉତ୍ତମ ଭାବେ ସଂଯୋଜନା କରିଥିଲେ। ଭରତ ନୋଡାଲ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୦ ଜଣ ଶିକ୍ଷକ ଓ ୩୦ ଜଣ ଅଭିଭାବକ ଏବଂ ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଶିକ୍ଷୟତ୍ରୀ କବିତା ମଞ୍ଜରୀ ବାହିନୀ ପତି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦେଶ୍ୟ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଶାରୀରିକ ବ୍ୟାମ୍, ଗଳ୍ପ କଥନ ତଥା ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ କରାଯାଇଥିଲା।

Related posts