ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI)ରେ ପ୍ରଥମ ଦୁଇଦିନିଆ ଆର୍ଥିକ ସ୍ବାକ୍ଷରତା ଉପରେ ତାଲିମ କାର୍ଯ୍ୟକ୍ରମ RSETର ନିର୍ଦ୍ଦେଶକ ଶଅଜିତ୍ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ FIC OLM ଅଶୋକ କୁମାର ସାହୁ , ଏପିଡି ମିଶନ ଶକ୍ତି ବିଶ୍ଵଜିତ୍ ଦାସ ଏବଂ ପ୍ରଶିକ୍ଷକ RSETI ଗୋପାଳ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥ୍ ଭାବେ ଯୋଗଦାନ କରିଥିଲେ । ଏହି ଆର୍ଥିକ ପରିଚାଳନା ତାଲିମ କାର୍ଯ୍ୟକ୍ରମରେ ରଣପୁର ବ୍ଲକର ସମସ୍ତ MBK ତାଲିମାର୍ଥୀ ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ସାହୁ ସମସ୍ତ MBK ତାଲିମାର୍ଥୀମାନେ ନିଜ ନିଜ ପଂଚାୟତରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ମଧ୍ୟରେ ଆର୍ଥିକ ପରିଚାଳନା ଉପରେ ଅନେକ କିଛି ଜାଣିଛନ୍ତି । ତଥାପି ଅନେକ କିଛି ଜାଣିବାକୁ ଅଛି । ଦିନକୁ ଦିନ ସରକାରଙ୍କ ଦ୍ଵାରା ସମସ୍ତ କ୍ଷେତ୍ରକୁ ଡିଜିଟାଲାଇଜଡ୍ କରାଯାଉଛି । ବ୍ୟାଙ୍କରେ ନେଣଦେଣ ମଧ୍ୟ ଡିଜିଟାଲାଇଜଡ୍ କରାଗଲାଣି । ତେଣୁ ସମସ୍ତ MBK ତାଲିମାର୍ଥୀମାନେ ଏଠାରେ ଦୁଇଦିନିଆ ରିଫ୍ରେସମେଣ୍ଟ କୋର୍ସରେ ବିଭିନ୍ନ ଡିଜିଟାଲ ଆର୍ଥିକ ପରିଚାଳନା ଶିଖି ନିଜ ଅଂଚଳରେ ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କୁ ଶିଖାଇବେ । ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଦୁଇ ଦିନିଆ ତାଲିମ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । FIC OLM ଶ୍ରୀ ସାହୁ ରଣପୁର ବ୍ଲକର ସମସ୍ତ MBK ଶିକ୍ଷାଲାଭ କରି ନିଜ ପଂଚାୟତର ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ଋଣ ଆଦାନ ପ୍ରଦାନରେ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେବା ପାଇଁ ସୁପାରଶ କରାଯାଇଥିବାର କହିଥିଲେ । ଅନ୍ୟାନ୍ୟ ଅତିଥିମାନେ ଆଜିର ତାଲିମ କାର୍ଯ୍ୟକ୍ରମ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ (RSETI)ର ପ୍ରଥମ ଆର୍ଥିକ ସ୍ଵାକ୍ଷରତା ତାଲିମ କାର୍ଯ୍ୟକ୍ରମ
