ନୟାଗଡ଼,(ନୟାଗଡ଼ ଦର୍ପଣ): ଗତକାଲି ବୁଧବାର ରାତ୍ର ୧୦ ଘଟିକା ସମୟରେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଜାତୀୟ ରାଜପଥ ପାର୍ଶ୍ଵ ଶ୍ରୀକୃଷ୍ଣପୁରର ରୟାଲ ଢାବା ଏବଂ ବିହାରୀ ଢାବାରେ ନୟାଗଡ଼ ଅବକାରୀ ଅଧୀକ୍ଷକ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ରଣପୁର ତହସିଲଦାର ଇପ୍ସିତ କୁମାର ସାହୁଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇ ରୟାଲ ଢାବାରୁ ୬୫୦ମି.ଲି. ବିଶିଷ୍ଟ ୧୪ଟି ଏବଂ ବିହାରୀ ଢାବାରୁ ୬୫୦ମି.ଲି. ବିଶିଷ୍ଟ ୧୦ଟି ବିୟର ବୋତଲ ଜବତ କରାଯାଇଥିଲା । ରୟାଲ ଢାବାର ମ୍ୟାନେଜର ଦଣ୍ଡପାଣି ବେହେରା ଓ ସହକାରୀ ମ୍ୟାନେଜର ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ଅଟକ ରଖାଯାଇ କେସ ନଂ.୧୪/ ୨୩-୨୪, ତା.୦୭.୦୬.୨୦୨୩ ରିଖରେ ଅବକାରୀ କେସ ରୁଜୁ କରାଯାଇଛି । ସେହିପରି ବିହାରୀ ଢାବାର ମ୍ୟାନେଜର ଗୋବିନ୍ଦ ଖମାରିଙ୍କୁ ଅଟକ ରଖାଯାଇ କେସ ନଂ ୧୫|୨୩-୨୪ ତା.୦୭.୦୬.୨୦୨୩ ରିଖରେ ଅବକାରୀ କେସ ରୁଜୁ କରାଯାଇଛି ।
ଚାନ୍ଦପୁର ଜାତୀୟ ରାଜପଥ ପାର୍ଶ୍ବ ଢାବାରେ ଅବକାରୀ ବିଭାଗର ଚଢ଼ାଉ
