ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଦଶପଲ୍ଲା ପୁଲିସ । ୨୪କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ଚାଲାଣ ହେଉଥିବା ହୁଣ୍ଡାଇ କାର ଓ ୫ ଗୋଟି ମୋବାଇଲକୁ ପୁଲିସ ଜବତ କରିଛି । ସୁଚନା ଅନୁସାରେ ଗତକାଲି ଦିନବେଳେ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ଠିକ ସେହି ସମୟରେ ଦଶପଲ୍ଲାର ଯୋଗିବନ୍ଧ ନିକଟରେ ପାଟ୍ରୋଲିଂ ବେଳେ ଏହି କାର ଉପରେ ସନ୍ଦେହ ହେବାରୁ କାରଟିକୁ ଅଟକାଇଥିଲେ । ପୁଲିସର ତନାଘନା ପରେ କାରରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଦଶପଲ୍ଲା ଥାନା ପକ୍ଷରୁ କେସ୍ ନଂ ୧୪୫ରେ ଏକ ମାମଲା ରୁଜ କରାଯାଇ ୪ଜଣଙ୍କୁ କୋର୍ଟ ଫରୱାଡ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ସାନଗଡୁ ଗ୍ରାମର ସୁଶୀଲ ଦିଗାଲ, ଚକାପାଦୁ ଥାନାର ରଙ୍ଗମାଟିଆ ଗ୍ରାମର ବ୍ରଜରାଜ ଦିଗାଲଙ୍କ ପୁଅ ସଞ୍ଜିବ ଦିଗାଲ, ଟିକାବାଲି ଥାନା ଅଞ୍ଚଳର ରଞ୍ଜିତ ଦିଗାଲଙ୍କ ପୁଅ ବିପ୍ଲବ ଦିଗାଲ ଓ କନ୍ଧମାଳ ଜିଲ୍ଲା ଗଦିଗିଆ ପଞ୍ଚାୟତର ମାଧବ ପ୍ରଧାନଙ୍କ ପୁଅ ସୁକଦେବ ପ୍ରଧାନଙ୍କୁ ଦଶପଲ୍ଲା ପୁଲିସ ଗିରଫ କରି କୋର୍ଟ ଫରୁୱାର୍ଡ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠା ଯାଇଛି । ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶରେ ସବ୍ ଇନିସପେକ୍ଟର ଜେସି ବେହେରା ଓ ଷ୍ଟାଫ ଏହି ଚଢ଼ଉରେ ସାମିଲ ହୋଇଥିଲେ।

