ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ସୋହମ୍, ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ର ସହଯୋଗରେ ଶରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବ ଗିରି ପର୍ଯ୍ୟଟନ ସ୍ଥଳୀ ରେ ୫୦ତମ “ବିଶ୍ଵ ପରିବେଶ ଦିବସ” ପାଳନ କରିଅଛି । ଏଥିରେ ସଂଗଠନର ଉପସଭାପତି ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି, ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ସାହୁ, ଶରଧାପୁର ର ଯୁବ ସମାଜସେବୀ ସନ୍ତୋଷ କୁମାର ମୁଦୁଲି ଙ୍କ ଦ୍ଵାରା ବହୁ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହା ସହିତ ନିକଟସ୍ଥ ବୈଷ୍ଣବ ଗିରି ପର୍ଯ୍ୟଟନ ସ୍ଥଳୀକୁ ସଫା କରାଯାଇ ପଲିଥିନ ଓ ଆବର୍ଜନା ମୁକ୍ତ କରଯାଇଥିଲା । ଉକ୍ତ କାର୍ଯୟକ୍ରମରେ ସୋହମ୍ ସଂଗଠନର ସଦସ୍ୟ, ସ୍ବେଛାସେବୀ ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ପ୍ରଶାନ୍ତ କୁମାର ଶତପଥୀ, କୈଳାସ ଚନ୍ଦ୍ର ନାୟକ, ରବୀନ୍ଦ୍ର କୁମାର ନାୟକ, ସୂର୍ଯ୍ୟମଣି ସାହୁ, ଚରଣ ଗୁରୁ, ବାପିନା ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ସ୍ବେଚ୍ଛାସେବୀ ସଂଗଠନ “ସୋହମ୍ , ନେହେରୁ ଯୁବ କେନ୍ଦ୍ର ତରଫରୁ ବିଶ୍ଵ “ପରିବେଶ ଦିବସ”
