ନୟାଗଡ଼, (ନୟାଗଡ଼ ଦର୍ପଣ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଆସିଛି ରାୟ। ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟସ୍ଥ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଥିଲା । ଗତ ଜାନୁଆରୀ ୩୦ ତାରିଖରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ କୋର୍ଟ । ପରୀ ହତ୍ୟାକାଣ୍ଡ ଘଟଣାରେ ଗଠିତ ଏସଆଇଟି ଗତ ୨୦ ଡିସେମ୍ବର ୨୦୨୦ରେ ଅଭିଯୁକ୍ତକୁ ଗିରଫ କରିଥିଲା । ରାଜ୍ୟ ସରକାର…
Read MoreCategory: ଓଡ଼ଗାଁ ବ୍ଲକ
ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ଦର୍ପଣ): ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଓଡ଼ଗାଁସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ମଣ୍ଡଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଲଷ୍ଟରରୁ ମନୋନୀତ ହୋଇ ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏ ଅବସରରେ କନିଷ୍ଠ ବର୍ଗ ବିତର୍କ ପ୍ରତିଯୋଗିତାରେ ଅନ୍ନପୂର୍ଣ୍ଣା ଜେନା,କୁଇଜରେ ପୂରବୀ ବରାଡ଼,ଚିତ୍ରାଙ୍କନରେ ପ୍ରତ୍ୟୁଷ କୁମାର ମହାଙ୍କୁଡ଼ ଏବଂ ବରିଷ୍ଠବର୍ଗରୁ ବିତର୍କରେ ବିଭୁତି ନାହାକ,କୁଇଜରେ ଜ୍ୟୋତିର୍ମୟୀ ବିଶୋଇ,ଚିତ୍ରାଙ୍କନରେ ଅଞ୍ଜଳି ସାହୁଙ୍କ ସମେତ ଭାଷାସାହିତ୍ୟ ବିଭାଗରେ ପାପାଲି ପ୍ରିୟଦର୍ଶିନୀ ଓ ସୁଲଗ୍ନା ସେଠୀ,ଚିତ୍ରକଳାରେ ସ୍ୱାଗତିକା ସାହୁ ଓ କେ.ଅନୁ ଚୌଧୁରୀ ଏବଂ ଓଡ଼ିଆ ସଂସ୍କୃତି ପ୍ରକଳ୍ପରେ ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ଜିଲ୍ଲା ସ୍ତର ପ୍ରତିଯୋଗିତାରେ ଭାଗ ନେବାପାଇଁ ଉନ୍ନୀତ ହୋଇଛନ୍ତି।ସମସ୍ତ ମନୋନୀତ ପ୍ରତିଭାମାନଙ୍କୁ ମଣ୍ଡଳ ଶିକ୍ଷାଧିକାରିଣୀ ଗୀତାଞ୍ଜଳି…
Read Moreମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ନୟାଗଡ ଜିଲ୍ଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନ୍ତର୍ଗତ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଆସନ୍ତା ଜାନୁଆରୀ ମାସ ୩୧ ତାରିଖ ଦିନ ଦିବା ୨:୩୦ ଘଟିକା ଠାରୁ ସନ୍ଧ୍ୟା ୭:୩୦ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ମହାସମାରୋହ ରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏଥି ନିମନ୍ତେ ନୟାଗଡ ଜିଲ୍ଲାରୁ ବିଭିନ୍ନ ପର୍ଯ୍ୟାୟରେ ମେଧାବୀ ଛାତ୍ର ଛାତ୍ରୀ,ବିଦ୍ୟାଳୟ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଭିନ୍ନ ବିଷୟରେ କୃତି ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ଲକ ଉକ୍ତ ରାଜ୍ୟ ସ୍ତରୀୟ ଉତ୍ସବରେ ପୁରସ୍କୃତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି I ଛାତ୍ର ଏକାଡେମୀ ପୁରସ୍କାର ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ ୬ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଛାତ୍ର ମେରିଟ ବୃତ୍ତି ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ ୬୯ ଜଣ ଛାତ୍ର ଛାତ୍ରୀ ପୁରସ୍କାର…
Read Moreଭଏସ୍ ଅଫ୍ ନୟାଗଡ଼ର ବିଜେତା ହେଲେ ଦେବୀପ୍ରସାଦ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଯୁବ କଣ୍ଠଶିଳ୍ପୀମାନଙ୍କୁ ନେଇ ନୟାଗଡ଼ କ୍ଳବ ତରଫରୁ ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ ଚତୁର୍ଥ ସିଜିନ୍ ର ଗ୍ରାଣ୍ଡ ଫାଇନାଲ୍ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଗତ ଏକମାସ ଧରି ନୟାଗଡ଼ର ବିଭିନ୍ନ ବ୍ଲକ ମଧ୍ୟରେ ସଂଗୀତ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ଆଠ ଜଣ ପ୍ରତିଯୋଗୀଙ୍କୁ ଅନ୍ତିମ ପର୍ଯ୍ୟାୟକୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଦିଗରେ ନୟାଗଡ଼ କ୍ଳବର ଏହି ଅଭିନବ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୋୖରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉପସ୍ଥିତ ଥିବା ବେଳ ନୟାଗଡ଼ କ୍ଳବ୍ ସଭାପତି ରବୀନ୍ଦ୍ର କୁମାର ସାହୁ, ସଂପାଦକ ମହିର ରଂଜନ ନାୟକ ଓ…
Read Moreନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ମାର୍ଚ୍ଚ ୧ରୁ ୦୭ଯାଏଁ ରାଜ୍ୟସ୍ତରୀୟ ନାଟ୍ୟମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା’ ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତିକୁ ଆଧାର କରି ଚଳିତ ବର୍ଷ ନାଟ୍ୟମେଳା ଆୟୋଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଏ ବର୍ଷ ଭୁବନେଶ୍ବର, ବାରିପଦା,ସମ୍ବଲପୁର, କଟକ ଏବଂ ଅନୁଗୁଳୁ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଇଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ…
Read Moreଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତଦେହ ଠାବ, ୬ ଗିରଫ, ଦାନ୍ତ ଜବତ
ନୟାଗଡ,(ନୟାଗଡ଼ ଦର୍ପଣ): ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତ ଦେହ ଘଟଣାର ଆଜି ପର୍ଦାଫାସ କରିଛନ୍ତି ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ। ଏହି ଘଟଣାରେ ୬ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ଦୁଇଟି ହାତୀ ଦାନ୍ତକୁ ଜବତ କରିଛି ବନ ବିଭାଗ । ଉକ୍ତ ଘଟଣା ବେଳେ ବନ କର୍ମଚାରୀଙ୍କ ଅବହେଳାକୁ ସ୍ବୀକାର କରିଛନ୍ତି ନୟାଗଡ଼ ଡିଏଫଓ। ୧୫ଦିନ ତଳୁ ହାତୀକୁ ମରାଯାଇଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ କିପରି ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବନ ବିଭାଗ କର୍ମଚାରୀଙ୍କ ଅବହେଳାକୁ ଡିଏଫଓ ସ୍ବୀକାର କରିବା ସହ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ରେଞ୍ଜ ବିଲୁଆପଡା ଘାଟିରୁ ଗତ ୨୫ତାରିଖ ଦିନ ଦନ୍ତା ହାତୀର ଗଳିତ ମୃତଦେହ ଠାବ…
Read Moreସମର୍ପଣ (ବୃଦ୍ଧାଶ୍ରମ)ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ। ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମ୍ରୁତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯ ମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଅବଦୁଲ ଆରିଫ୍ ଖାନ୍, ଭାସ୍କର ଚନ୍ଦ୍ର ସାହୁ ଓ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ସମେତ ବହୁ ସଦସ୍ଯ ଉପସ୍ଥିତ ଥିଲେ।
Read Moreଓଡ଼ଗାଁ କଲେଜରେ ଓଡ଼ିଆ ଭାଷା ସମ୍ପର୍କିତ ଆଲୋଚନା ଚକ୍ର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସାମ୍ପ୍ରତିକ ସମାଜରେ ଓଡ଼ିଆ ଭାଷାର ଉପଯୋଗିତାକୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିରୂପେ କୈଳାସ ଗାଣ୍ଡ ଓ ମୁଖ୍ୟବକ୍ତାରୂପେ ଗୋଦାବରୀଶ ମିଶ୍ର ଯୋଗ ଦେଇ ଆଧୁନିକ ସମାଜରେ ଓଡ଼ିଆ ଭାଷାର ଉପଯୋଗିତା, କାର୍ଯ୍ୟକାରିତା ଓ ବାସ୍ତବତା ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରିବା ସହ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ।ଅଧ୍ୟକ୍ଷ ସାହୁ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଜନଜୀବନକୁ କେମିତି ପ୍ରଭାବିତ କରି…
Read Moreବିଜେପି ଛାଡି ବିଜେଡିରେ ଯୋଗଦେଲେ ଇଟାମାଟି ପଞ୍ଚାୟତର ୩୦ପରିବାର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ଆଗଧାଡ଼ିର ନେତାମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି। ଆଜି ଏହି ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ସାମିଲ ହେବା ଏବଂ ନୟାଗଡ଼ ବିଧାୟକ ଡ଼ଃ. ଅରୁଣକୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିରୋଧୀଦଳର କର୍ମୀମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ବିଜୁ ଜନତା ଦଳରେ ଏହି ୩୦ପରିବାର ଯୋଗ ଦେବା ପରେ ଇଟାମାଟି ପଞ୍ଚାୟତରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ବିଜେଡିରେ ସାମିଲ ହୋଇଥିବା ମହିଳାମାନେ ବକ୍ତବ୍ୟରେ…
Read Moreଓଡଗାଁ ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ କଲେଜ ରୋଡରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲ ରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ,ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଓଡ଼ଗାଁ କ୍ଲଷ୍ଟର ର ସି ଆର ସି ସି ନରେଶ ପାଣିଗ୍ରାହୀ , ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ ଏବଂ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧିଆ ପାତ୍ର ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା ବେଳେ ଚିତ୍ର କଳା ଓ ହସ୍ତଶିଳ୍ପ ବିଭାଗରେ ଅତିଥି ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ,ପ୍ରକୃତିବନ୍ଧୁ ତଥା ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ , କଳା ଶିକ୍ଷକ ଶ୍ରୀଯୁକ୍ତ ଏକଲବ୍ୟ ଦାସ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନର ଚେୟାରମ୍ୟାନ…
Read More