ନଡ଼ିଆଳି ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ କଲେ ଅରୁଣ

ନବୀନ ପଟ୍ଟନାୟକଙ୍କ ପାଇଁ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତରେ ଆଜି ନୂତନ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଏକ ବିରାଟ ବାଇକ ରାଲିର ଆୟୋଜନ କରାଯାଇଥିଲା । ୩୦୦ ରୁ ଉର୍ଦ୍ଧ୍ୱ ବାଇକ୍ ଖୁଣ୍ଟୁବନ୍ଧ କାଳିଆଷଣ୍ଢ ଯାତ୍ରା ପଡିଆରୁ ବାହାରି ନଡ଼ିଆଳି, ହିଞ୍ଜିଳିଗାଡିଆ, ବଢ଼ିଆସାହି, ପାଟଣା ସାହି ଦେଇ ପଲ୍ଲୀସାଶନ ବାଲୁଙ୍କେଶ୍ୱର ମନ୍ଦିର ପୀଠରେ ପହଞ୍ଚିଥିଲା । ଏହି ଅବସରରେ ଡ. ସାହୁ କଲ୍ୟାଣୀ ମଣ୍ଡପର ଉଦ୍‌ଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି ବୋଲି ପ୍ରକାଶ କରିଥିଲେ । ଯେଉଁଠି ଶାନ୍ତି ପ୍ରତିଷ୍ଠା ହୋଇଛି ସେଠି ବିକାଶ ଆପେ ଆପେ ହୋଇଛି । ନଡିଆଳି ଗ୍ରାମ ପଞ୍ଚାୟତ ବାସୀ ମୋର ଅତି ନିଜର । ବିକାଶର ଧାରାରେ ସେମାନେ ସଦାସର୍ବଦା ଚେଷ୍ଟିତ ଅଛନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀକୁ ୧ ନଂ କରିବା ପାଇଁ ମୁଁ ସଦାସର୍ବଦା ନୟାଗଡ଼ ବାସୀଙ୍କ ପାଇଁ ୨୪ ଘଣ୍ଟା ପରିଶ୍ରମ କରୁଛି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ କ୍ଷୀରୋଦ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ପୂଜାଶ୍ରୀ ବରାଡ଼, ସମିତି ସଭ୍ୟା ସିମା ବେହେରା, ନାଏବ ସରପଞ୍ଚ ଦୟାନିଧି ହାତୀଙ୍କ ସମେତ ପଞ୍ଚାୟତର ବହୁ ପୁରୁଖା କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Related posts