ଓଡ଼ଗାଁକୁ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେଲେ ବିଧାୟକ ଡ଼ଃ. ଅରୁଣ

ଓଡଗାଁ, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ଗାଁରେ ବିକାଶର ମହାପର୍ବ ଚାଲିଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ,ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି। ଏହି କ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଓଡ଼ଗାଁ ଗସ୍ତ କରି ୧୦ କୋଟି ବ୍ୟୟ ଅଟକଳରେ କେନାଲ ଛକ ଠାରୁ ବୁଢାବୁଢ଼ୀଆଣି ଡ୍ୟାମ ଦୀର୍ଘ ୧୧ କିମି ରାସ୍ତା, ୯ କୋଟି ୧୬ ଲକ୍ଷ ବ୍ୟୟ ଅଟକଳରେ ଓଡ଼ଗାଁ ଏନଏସିରେ ନୂତନ ବସଷ୍ଟାଣ୍ଡ ଓ ୮ କୋଟି ୨୦ ଲକ୍ଷ ବ୍ୟୟରେ ମଶାବାରୀ କୁସୁମୀ ନଦୀ ଉପରେ ନୂତନ ସେତୁ,କୁରାଳ ଠାରେ ୩୦ ଲକ୍ଷ ବ୍ୟୟ ଅଟକଳରେ ପଞ୍ଚାୟତସ୍ତରୀୟ ମିଶନ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଠିକ ସେହିପରି କେନାଲ ଛକ ଘସାଦେଇପୁର ଠାରେ ନୂତନ ଲକ୍ଷ୍ମୀ ବସଷ୍ଟପ, ରଙ୍ଗଣୀପାଟଣା ଓ ଦଣ୍ଡୋର ଗ୍ରାମରେ ଦୁଇଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର,ପାଣିଷଣ୍ଢ ଯୁବକ ସଂଘ ଗୃହ, କୁରାଳଠାରେ ଚଣ୍ଡେଶ୍ୱର ବଣିକ ସଂଘ ଗୃହ ପ୍ରଭୃତିର ଉଦଘାଟନ ମଧ୍ୟ କରିଛନ୍ତି। ଏହି ଅବସରରେ ବିଧାୟକଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ଶୋଭାଯାତ୍ରା କେନାଲ ଛକ ଠାରୁ ବାହାରି ଓଡ଼ଗାଁ ସହର ମଧ୍ୟ ଦେଇ ମଶାବାରୀ ଠାରେ ପହଞ୍ଚିଥିଲା।

ଏହି ଅବସରରେ ବିଧାୟକ ଡ଼ ସାହୁ ଓଡ଼ଗାଁର ବିକାଶ ପାଇଁ ପ୍ରୟାସ ଜାରି ରହିଛି। ବିଶେଷ କରି ବରକନ୍ୟା ଜଳପ୍ରପାତକୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରୂପେ ପରିଗଣିତ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଆରମ୍ଭ ହୋଇଛି। ଗୌଡ଼ପୁଟ ମୁଖ୍ୟ କେନାଲ ଠାରୁ ବରକନ୍ୟା ଜଳପ୍ରପାତ ନିକଟକୁ ସୁନ୍ଦର ଓ ପ୍ରଶସ୍ତ ରାସ୍ତା ନିର୍ମାଣ ହେବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟାପ୍ତ ଅର୍ଥରାଶି ମଞ୍ଜୁର କରିଛନ୍ତି। ଏହାଦ୍ବାରା ଅଞ୍ଚଳର ଅଭିବୃଦ୍ଧି ହେବା ସହ ଲୋକଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ହୋଇପାରିବ। ଅନ୍ୟପକ୍ଷେ ଓଡ଼ଗାଁ ସହରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ଓ ଆମ ବସଷ୍ଟାଣ୍ଡ ଏହାର ମୁକସାକ୍ଷୀ ରହିବ ଓ ଠିକ ସେହିପରି ମଶାବାରୀ କୁସୁମୀ ନଦୀ ଉପରେ ସେତୁକୁ ଭଙ୍ଗା ଯିବା ସହ ନୂତନ ସେତୁ ନିର୍ମାଣ ହେବ। ଜନସଂଖ୍ୟା ବଢିବା ଯୋଗୁଁ ଏହା ଏକ ବ୍ୟସ୍ତବହୁଳ ନିତିଦିନିଆ ରାସ୍ତାରେ ପରିଣତ ହୋଇଛି। ନୂତନ ସେତୁ କାର୍ଯ୍ୟ ଖୁବ ଶ୍ରୀଘ ଆରମ୍ଭ ହେବ ବୋଲି କହିଥିଲେ।ମାରାଥନ କାର୍ଯ୍ୟକ୍ରମରେ ୨୦୦୦ରୁ ଉର୍ଦ୍ଧ୍ବ ବାଇକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ,ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ସରପଞ୍ଚ ତ୍ରିନାଥ ନାୟକ, ସୁଶ୍ରୀ ଶ୍ରାବଣୀ ବିଶ୍ୱାଳ, ବିଜନ ପାଇକରାୟ, ସସ୍ମିତା ପାତ୍ର, କୃଷ୍ଣଚନ୍ଦ୍ର ସେନାପତି, ସମିତି ସଭ୍ୟା କନକ ପାତ୍ର, ବ୍ଲକ ମହିଳା ସଭାନେତ୍ରୀ ନିବେଦିତା ଦାସ, ଯୁବ ସଂଗଠକ ମାନସ ରଞ୍ଜନ ସାହୁ, ପ୍ରଭାତ ପ୍ରଧାନଙ୍କ ସମେତ ବହୁ କର୍ମୀ ସାମିଲ ଥିଲେ।

Related posts