ନାବାର୍ଡ ଓ ଗଣିଆ ଉନ୍ନୟନ କମିଟି ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ


ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଘଡୁଆଳସ୍ଥିତ ଗଣିଆ ଉନ୍ନୟନ କମିଟି ସଭାଗୃହରେ ନାବାର୍ଡ ସହାୟତାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ନାବାର୍ଡ ଡିଡିଏମ ତୃପ୍ତି ତାପସୀ ଏବଂ ଘଡୁଆଳ ସରପଞ୍ଚ ସଂଯୁକ୍ତାରାଣୀ ମହାପାତ୍ର ଯୋଗଦେଇଥିଲେ।

ଅତିଥିମାନେ ସ୍ୱୟଂସହାୟକ ଗୋଷ୍ଠୀ ଗଠନ ଦ୍ୱାରା ମହିଳା ମାନଙ୍କର ଏକତା, ଦକ୍ଷତା, ସଂଗଠନ, ଆର୍ଥିକ ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇଥିବା କଥା କହିଥିଲେ। ଜ଼ିଲ୍ଲାରେ କନ୍ୟା ଭ୍ରୁଣ ହତ୍ୟା, ମହିଳା ଓ ଶିଶୁ ଚାଲାଣ, ବାଲ୍ୟ ବିବାହ ରୋକିବାରେ ସ୍ୱୟଂସହାୟକ ଗୋଷ୍ଠିର ମା’ମାନେ ଏକାଠି ହୋଇ ଦୃଢ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ। ଜ଼ିଲ୍ଲାରୁ ୫ଜଣ ମହିଳା ଉଦ୍ୟୋଗୀ ଗୌରୀ ମାଝୀ, ସନ୍ଧ୍ୟାରାଣୀ ମାର୍ଥା, ଝୁନୁ ରାଉତ, ସୀତା କହଁର ଏବଂ ଶଶୀ ମଳିକଙ୍କୁ ନାବାର୍ଡ ତରଫରୁ ପୁରସ୍କୃତ କରାଯାଇଥିଲା।

Related posts